ଭଦ୍ରକ: ଗାଁ ଦାଣ୍ଡରେ ବୋହୂର ଚୁଟି ଟାଣି ମାଡ଼ ମାରିଲେ ଶ୍ବଶୁର, ଥାନା ବାବୁ କହିଲେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଯାଇଛି

ଭଦ୍ରକ(କେନ୍ୟୁଜ୍):  ବୋହୂକୁ ରାସ୍ତାରେ ଘୋଷାରି ଘୋଷାରି ମାଡ଼ । ଶ୍ବଶୁର ଓ ଶାଶୁ ନିଜ ବୋହୂକୁ ଚୁଟି ଟାଣି ବାଡାଉଥିବାର ଭିଡିଓ ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି।  ମିଳିଥିବା ସୂଚନା ମୁତାବକ ଘଟଣାଟି ଭଦ୍ରକ ଜିଲ୍ଲା କେନ୍ଦୁଆପଦା ନିକଟସ୍ଥ ପଲହାସାହି ଅଞ୍ଚଳର ବୋଲି ଜଣା ପଡିଛି । ପୁଅ ବାହାରେ ରହୁଥିବାରୁ କୌଣସି କାରଣକୁ ନେଇ ଶାଶୁ, ବୋହୂ ଓ ଶ୍ବଶୁର ମଧ୍ୟରେ ବିବାଦ  ଦେଖାଦେଇଥିଲା । ପରେ ଗାଁ ରାସ୍ତାରେ ବୋହୂର ଚୁଟିକୁ ଧରି ଶ୍ବଶୁର ଓ ଶାଶୁ  ନିସ୍ତୁକ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି ।

ମହିଳା ଜଣକ ଚିତ୍କାର କରୁଥିବା ବେଳେ ଅନ୍ୟ କେତେକ ଲୋକ ତାଙ୍କୁ ଉଦ୍ଧାର କରୁଥିବା ଭିଡିଓରେ ଦେଖିବା ପାଇଁ ମିଳିଛି । ଏହି ଘଟଣା ପରେ ମହିଳା ଜଣକ କେନ୍ଦୁଆପଦା ଥାନାରେ ଶ୍ୱଶୁରଙ୍କ ନାମରେ ଲିଖିତ ଏତଲା ଦେଇଛନ୍ତି ।  ଏସମ୍ପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କୁ ପଚାରିବାରୁ  ଏହା ଏକ ପାରିବାରିକ ଝଗଡା  ଓ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଯାଇଥିବାର ଥାନାଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.