Below header

ପିଶାଚ ପାଲଟିଗଲା ପିତା, ଏକ ମାସର ଶିଶୁ କନ୍ୟାକୁ ପିଟି ପିଟି କଲା ହତ୍ୟା

ଟିଟିଲାଗଡ଼(କେନ୍ୟୁଜ୍):  ପିଶାଚ ପିତା । ଏକ ମାସର ଶିଶୁ କନ୍ୟାକୁ ପିଟି ପିଟି କଲା ହତ୍ୟା । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଟିଟଲାଗଡର ମନିଗାଁରେ । ଅଭିଯୋଗ ଅନୁଯାୟୀ ଗତ ଏକ ବର୍ଷ ତଳେ ଅଭିଯୁକ୍ତ ପ୍ରଦୀପ ଦୀପ ବିବାହ କରିଥିଲେ । ତେବେ ବିବାହ ପରଠାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଏପରିକି ବେକାର ଥିବାରୁ ସର୍ବଦା ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଥିଲେ ଅଭିଯୁକ୍ତ ପ୍ରଦୀପ । ତେବେ ଗତକାଲି ଘରକୁ ଫେରିବା ବେଳେ କୌଣସି କାରଣରୁ ସ୍ତ୍ରୀ ଏବଂ ନିଜର ଏକ ମାସର ଶିଶୁ କନ୍ୟାକୁ ମାଡ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ରୋଗୀଣା ଶିଶୁଟିର ପ୍ରାଣବାୟୁ ଉଡିଯାଇଥିଲା । ଅନ୍ୟପଟେଏ ନେଇ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ଟିଟଲାଗଡ ପୋଲିସ୍‌ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.