Below header

ରେଳ ବିଭାଗରେ ୧୦ମ ପାସ୍‌ କରିଥିବା ପିଲାଙ୍କ ପାଇଁ ବାହାରିଲା ୪ ହଜାର ପଦବୀ, ଦେବାକୁ ପଡ଼ିବନି କୌଣସି ପରୀକ୍ଷା

ସରକାରୀ ଚାକିରି ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏବେ ରେଳ ବିଭାଗ ଦଶମ ଶ୍ରେଣୀ ପାସ୍‌ କରିଥିବା ପିଲାଙ୍କ ପାଇଁ ଚାକିରି ଅଫର କରୁଛି। ସାଉଥ୍‌ ସେଣ୍ଟ୍ରାଲ ରେଲେଓ୍ଵ ୪୧୦୩ ଟି ପଦ ପାଇଁ ଆବେଦନ ଚାହୁଁଛି। ଆବେଦନର ଶେଷ ତାରିଖ ରହିଛି ଡିସେମ୍ବର ୮ ତାରିଖ। ଏହି ପଦ ପାଇଁ ଆର୍ଥିକ ଅବସ୍ଥା ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ଆରକ୍ଷଣ ଦିଆଯିବ। ମାଟ୍ରିକ୍‌ ପରୀକ୍ଷାର ନମ୍ବରକୁ ଆଧାର କରି ଏହି ପଦବୀ ପାଇଁ ଚାକିରି ଦିଆଯିବ। ଏ ନେଇ ଅଧିକ ସୂଚନା ପାଇଁ ରେଳ ବିଭାଗର ଅଫିସିଆଲ ୱେବ୍‌ସାଇଟ୍‌ ଦେଖନ୍ତୁ।

ଏହାସହ ପଢ଼ନ୍ତୁ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ଟ୍ରେନ୍‌ ବିଳମ୍ବ ହେଲେ ଯାତ୍ରୀଙ୍କ ପାଖକୁ ଆସିବ ମେସେଜ୍‌

ପଦ ନାମ:

ଅପରେଣ୍ଟିସ୍‌

ମୋଟ୍‌ ପଦ ସଂଖ୍ୟା:

୪୧୦୩ଟି

ଯୋଗ୍ୟତା:

ପ୍ରାର୍ଥୀ ୧୦ମ ଓ ଆଇଟିଆଇ ପାସ୍‌ କରିଥିବା ଆବଶ୍ୟକ।

ବୟସ ସୀମା:

ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ହୋଇଥିବା ଆବଶ୍ୟକ।  ୮.୧୨.୨୦୧୯ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ୨୪ ବର୍ଷ ହୋଇନଥିବା ଦରକାର।  ଏସ୍‌ସି/ଏସ୍‌ଟିଙ୍କୁ ୫ ବର୍ଷ ଓ ଓବିସିଙ୍କୁ ୩ ବର୍ଷ ଯାଏଁ ଛାଡ଼ କରାଯାଇଛି।

ଏହି ଆଧାରରେ ହେବ ଚୟନ:

ପ୍ରାର୍ଥୀ ଚୟନ ୧୦ମ ପରୀକ୍ଷାଫଳକୁ ନେଇ କରାଯିବ। ଏଥିପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବନାହିଁ।

ଆବେଦନ ଦେୟ:

୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ ଆପଣ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.