କଣ ଆପଣ ଜାଣନ୍ତି କି ପ୍ରସବ ସମୟରେ ମହିଳାଙ୍କୁ ଠକିଥାନ୍ତି ଡାକ୍ତର ଓ କରିଥାନ୍ତି ଏପରି କାମ

ମା’ ହେବା ପ୍ରତ୍ୟେକ ଝିଅଙ୍କର ସ୍ୱପ୍ନ ହୋଇଥାଏ ସେଥିପାଇଁ ପ୍ରସବ ସମୟରେ ସେମାନେ ଡାକ୍ତରଙ୍କର ସମସ୍ତ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି । କାରଣ ସେମାନେ ଜାଣିଥାନ୍ତି ଯେ ଏହା ତାଙ୍କ ଗର୍ଭସ୍ଥ ସନ୍ତାନ ପାଇଁ ବହୁତ ହିତକର ଅଟେ । ଏମିତିରେ ଦେଖିବାକୁ ଗଲେ ପିଲା ଜନ୍ମ ସମୟରେ ପ୍ରତ୍ୟେକ ମା’ ଚାହିଁଥାନ୍ତି ଯେ ତାଙ୍କର ନର୍ମାଲ ଡେଲିଭରି ହେଉ କିନ୍ତୁ ଅନେକଥର କ୍ରିଟିକାଲ କଣ୍ଡିସନ ଦେଖି ଡାକ୍ତର ସିଜରିଆନ କରିବା ପାଇଁ ପରାମର୍ଶ ଦେଇଥାନ୍ତି ।

ଏକ ରିପୋର୍ଟ ଅନୁଯାୟୀ ଡେ଼ଲିଭରି ସମୟରେ ଡାକ୍ତରମାନେ ରୋଗୀଙ୍କୁ ଠକିଥାନ୍ତି । ସେମାନଙ୍କୁ ସୁରକ୍ଷାର ଭରସା ଦେଇ ନିଜର ଫାଇଦା ଉଠାଇଥାନ୍ତି କାରଣ ସେମାନଙ୍କୁ ଲାଗିଥାଏ ଯେ ନର୍ମାଲ ଡେଲିଭରି କରିବା ଦ୍ୱାରା ଅଧିକ ସମୟ ନଷ୍ଟ ହୋଇଥାଏ । ସେଥିପାଇଁ ସିଜରିଆନ ଅପରେସନ କରିଦିଅନ୍ତି । ଏହି କାରଣରୁ ଗତ ଦଶ ବର୍ଷ ମଧ୍ୟରେ ସିଜରିଆନ ଡେ଼ଲିଭରୀରେ ଦୁଇଗୁଣ ବୃଦ୍ଧି ହୋଇଛି ।

ଏହାସହ ପଢନ୍ତୁ ଦିଲ୍ଲୀର କେବଳ ବାୟୁ ନୁହେଁ ବରଂ ଏଠାକାର ପାଣି ମଧ୍ୟ ସବୁଠାରୁ ବେଶି ପ୍ରଦୂଷିତ, ଗବେଷଣାରୁ ଆସିଲା ଏଭଳି ରିପୋର୍ଟ

ସୂଚନା ଅନୁଯାୟୀ ଡାକ୍ତରମାନେ ଅକ୍ସିଟୋସିନ ନାମକ ଏକ ଔଷଧର ବ୍ୟବହାର ସିଜରିଆନ ଡେଲିଭରି ସମୟରେ କରିଥାନ୍ତି । ଯାହା ମହିଳାମାନଙ୍କ ପ୍ରାକୃତିକ ଡେଲିଭରି ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାସହିତ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

ସିଜରିଆନ ଡେଲିଭରି ପରେ ମହିଳାଙ୍କ ଶରୀର ଅଧିକ ଦୁର୍ବଳ ହୋଇପଡ଼ିଥାଏ ଏବଂ ନର୍ମାଲ ଡେଲିଭରିରେ ଦୁଇଗୁଣା ଅଧିକ ରକ୍ତ ବୋହିଥାଏ । ନର୍ମାଲ ଡେଲିଭରିରେ କେବଳ ଯନ୍ତ୍ରଣା ହୋଇଥାଏ କିନ୍ତୁ ଅପରେସନ ଦ୍ୱାରା ପ୍ରସବ ହେବା ପରେ ମହିଳାଙ୍କ ଶରୀର ଭିତରୁ ଅଧିକ ଦୁର୍ବଳ ହୋଇପଡ଼ିଥାଏ ଓ ଏହି ସମସ୍ୟା ସାରା ଜୀବନ ପାଇଁ ରହିଥାଏ ।

Leave A Reply

Your email address will not be published.