ଧରାପଡ଼ିଲେ ଲୁଟେରା ବାପା, ପୁଅ ସହ ଆଉ ଜଣେ: ୮୦ଟି ମୋବାଇଲ୍‌ ଜବତ

ଉଦଳା(କେନ୍ୟୁଜ): ଧରାପଡ଼ିଲେ ୪୨୦ ବାପ, ପୁଅ । ସାଙ୍ଗ ହୋଇ ଲୁଟୁଥିଲେ, ସାଙ୍ଗ ହୋଇ ବନ୍ଧା ହେଲେ । ଚୋରି ମୋବାଇଲ ଦେଖି ପୋଲିସ ତାଜୁବ୍‌ । ୮୦ଟି ମୋବାଇଲ୍‌ ଜବତ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରୁ ଲୁଟେରା ବାପା, ପୁଅ ସହ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ ।

କେନ୍ଦୁଆମୁଣ୍ଡି ଗାଁର ସୁଭାକର ମହାକୁଡ ଓ ପୁଅ ଯତୀନ୍ଦୟ ମହାକୁଡ ଗତକାଲି ରାତିରେ ଗିରଫ ହୋଇଛନ୍ତି । ଏହାସହ ଯତୀନ୍ଦ୍ରଙ୍କ ସାଙ୍ଗ ଚତୁରଶିଳା ଗାଁର ସତ୍ୟବାନ ବେହେରାକୁ ମଧ୍ୟ ବାନ୍ଧିଛି ପୋଲିସ । ଗତ ୧୩ ତାରିଖରେ ଖୁଣ୍ଟା ବଜାରରେ ଥିବା ଏକ ମୋବାଇଲ୍‌ ଦୋକାନରୁ ଲୁଟ୍‌ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଗିରଫ ଲୁଟେରା ମୋବାଇଲ ଲୁଟ୍‌ କରି ପୋଡାଡିହା ଗାଁରେ ଲୁଚାଇ ରଖିଥିଲେ । ସେମାନଙ୍କୁ ଧରିବା ପରେ ୮୦ଟି ଚୋରି ମୋବାଇଲ ଜବତ ହୋଇଛି । ଯାହାର ମୂଲ୍ୟ ୫ଲକ୍ଷରୁ ଅଧିକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.