କରଞ୍ଜିଆ ବନ ଖଣ୍ଡରେ ଥମୁନି ହାତୀ ଉପଦ୍ରବ, ହାତୀପଲରେ ଅଛନ୍ତି ୩୭ଟି ହାତୀ

କରଞ୍ଜିଆ ବନଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ । କିଛି ଦିନ ହେଲାଣି ହାତୀପଲ ବିଭିନ୍ନ ଗାଁରେ ଆତଙ୍କ ସୃଷ୍ଟି କରୁଛନ୍ତି । ଆଜି ପୃଥକ ପୃଥକ ସ୍ଥାନରେ ଅଛନ୍ତି ୩୭ ଟି ହାତୀ ।

କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ । କିଛି ଦିନ ହେଲାଣି ହାତୀପଲ ବିଭିନ୍ନ ଗାଁରେ ଆତଙ୍କ ସୃଷ୍ଟି କରୁଛନ୍ତି । ଆଜି ପୃଥକ ପୃଥକ ସ୍ଥାନରେ ଅଛନ୍ତି ୩୭ ଟି ହାତୀ । ହାତୀପଲ ଯୋଗୁଁ ୧୦୦ ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ଆତଙ୍କ । ହାତୀ ପାଇଁ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ହେଉଛି ।

ହାତୀ ଯେଉଁଠି ରହୁଛନ୍ତି ସେଠାରେ ଯାତ୍ରା ପରି ଭିଡ଼ ଦେଖିବାକୁ ମିଳୁଛି । ହାତୀପଲକୁ ବନ ବିଭାଗ ଘଡେଇବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଠୁବାରୁ ଅନେକ ସମୟରେ ପୋଲିସ ର ସାହାଯ୍ୟ ମଧ୍ୟ ନେଉଛି ବନ ବିଭାଗ । ଅନେକ ଗାଁର ଲୋକମାନେ ରାତିରେ ନଶୋଇ ଘର ସମୁଖରେ ନିଆଁ ଜାଳି ଜଗି ରହୁଛନ୍ତି ।

ଗତକାଲି ବିଳମ୍ବିତ ରାତ୍ରରେ ଗୋଟିଏ ଗୋଠ ଛଡା ଦନ୍ତା ହାତୀ କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଟୁଟି ସାହିରେ ଗୋଟିଏ ଘର ସହିତ ବ୍ୟାପକ କ୍ଷୟକ୍ଷତି କରିଥିବାର ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତ୍ରରେ ଘାରବେଡ଼ା ଅଞ୍ଚଳରୁ ୧୩ ଟିକିଆ ହାତୀପଲ କୁ ଝାଡ଼ଖଣ୍ଡ ରାଜ୍ୟକୁ ଘଡେଇବା ରେ ସଫଳ ହେଇଛି ବନ ବିଭାଗ । ପ୍ରତିବର୍ଷ ହାତୀପଲ କ୍ଷୟକ୍ଷତି ବାବଦକୁ ବନ ବିଭାଗ ପକ୍ଷରୁ ୨ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.