ଜଗଦୀଶ ବାସ୍କେଙ୍କ ଫାଇଟର କୁକୁଡ଼ା ଚାଷ, ନା ଯେମିତି ଦାମ୍ ବି ସେମିତି

ଆନନ୍ଦପୁର(କେନ୍ଯୁଜ୍): ପେଶା ରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ , ହେଲେ ନିଶା ଚାଷ । ଖାଲି ଚାଷ ନୁହେଁ କେମିତି ଭିନ୍ନ ପ୍ରଣାଳୀ ଆପଣାଇ କିଛି ନୂଆ କରି ଦେଖାଇବା ତାଙ୍କର ଇଚ୍ଛା। ଆଜିକାଲି ମୋବାଇଲ୍ ଯୁଗରେ ସଭିଏଁ ଇଣ୍ଟରନେଟରେ ବାୟା । ଏହି ଇଣ୍ଟରନେଟରେ ସେ ମଧ୍ଯ ଚାଷ ପାଇଁ ନୂଆ କୌଶଳ ଖୋଜୁ ଖୋଜୁ ଦେଖିଥିଲେ ତାମିଲନାଡୁର ଦାମୀ ଫାଇଟର କୁକୁଡ଼ା ବିଷୟରେ । ଆଉ ଦେଖିବାପରେ ଡେରି ନକରି ଆରମ୍ଭ କଲେ ଏହି ନୂଆ ଧରଣର କୁକୁଡା ଚାଷ । ନୂଆ ବ୍ରିଡ଼ ନେଇ କୁକୁଡ଼ା ଓ ଛେଳି ଚାଷ କରି ଆଜି ଆଜି ସେ ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ।

jagadishଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଆଦିବାସୀ ଅଧ୍ୟୁଷିତ ଗାଁ ମାଣିଗିରି । ଗାଁ ର ଶେଷ ମୁଣ୍ଡରେ ଜଗଦୀଶ ବାସ୍କେଙ୍କ ଘର। ଜଗଦୀଶ ପେଶା ରେ ଗୋଟିଏ ବେସରକାରୀ ସଂସ୍ଥାରେ କର୍ମଚାରୀ ଭାବେ କାମ କରୁଥିବା ବେଳେ, ଆଉ ୫ବର୍ଷ ପରେ ସେ ଅବସର ନେବେ। ତେବେ ତା ପୂର୍ବରୁ ଇଣ୍ଟରନେଟ ଦେଖାଇଛି ତାଙ୍କୁ ନୂଆ ରୋଜଗାରର ପନ୍ଥା । ତାମିଲନାଡୁର ଫାଇଟର କୁକୁଡ଼ା ଚାଷ କରି ଆଜି ସେ ଚର୍ଚ୍ଚାରେ। ଫାଇଟର ବ୍ରିଡ଼ ସହିତ ହୋସଲି ଆଉ ଜଙ୍ଗଲୀ କୁକୁଡ଼ା ମଧ୍ୟ ଚାଷ କରୁଛନ୍ତି ସେ। ଏହି କୁକୁଡ଼ା ଗୋଟା ୬ ହଜାରରୁ ନେଇ ୧୦ହଜାର ଟଙ୍କା ବିକ୍ରି ହେଉଥିବା ବେଳେ ଝାରଖଣ୍ଡ ଓ ବିହାର ଆଦି ରାଜ୍ୟରୁ ଗରାଖ ଆସି ଏହାକୁ କିଣି ନେଇଥାନ୍ତି।

henକେବଳ କୁକୁଡ଼ା ନୁହଁ ୨୦ ଟି ଛେଳିରୁ ଛେଳି ଚାଷ ଆରମ୍ଭ କରି ଏବେ ୫୦ ଛେଳିରେ ପହଞ୍ଚାଇଲେଣି। ପରିବା ଓ ଧାନ ଚାଷ ସହିତ ଏହି କୁକୁଡ଼ା ଓ ଛେଳି ଚାଷ କରି ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ କିଛି ପରିବାର କୁ ମଧ୍ୟ କାମ ଦେଇ ପାରୁଛନ୍ତି। ବର୍ତ୍ତମାନ ସମୟରେ କୋଭିଡ କଟକଣା ଥିବାରୁ ବାହାର ରାଜ୍ୟରୁ ଗରାଖ ଆସି ପାରିନଥୁବାରୁ କୁକୁଡ଼ା ବେପାର କିଛିଟା ମାନ୍ଦାରେ ଚାଲିଛି। ତଥାପି ଜଗଦୀଶ ଭବିଷ୍ୟତରେ ଏହି ଚାଷ କୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି।

ଆଦିବାସୀ ଶ୍ରେଣୀର ହୋଇଥିଲେ ମଧ୍ୟ ଜଗଦୀଶ ନିଜର ପରିଶ୍ରମ ଓ ଅଧ୍ୟବସାୟ ଯୋଗୁଁ ଅନ୍ୟ ମାନଙ୍କ ନିମନ୍ତେ ଉଦାହରଣ ସାଜିଛନ୍ତି। ତାଙ୍କ ପରି ଆଜିକାଲିର ଶିକ୍ଷିତ ବେକାରୀ ଯୁବକ ମାନେ ଏଇ ଭଳି ନୂଆ ପଦ୍ଧତିରେ କିଛି କରିପାରିଲେ ବେକାରୀ ସମସ୍ୟାରେ ସୁଧାର ଆସିବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ବଳମୟ ହୋଇପାରନ୍ତା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.