୨୦୨୨-୨୩ ବଜେଟ ପ୍ରସ୍ତୁତି ପୂର୍ବରୁ ରାଜ୍ୟ ଅର୍ଥ ବିଭାଗର ନୂଆ ପ୍ରୟାସ, ଓ୍ୱବସାଇଟରେ ଜନସାଧାରଣଙ୍କଠାରୁ ଲୋଡିଲା ମତାମତ

ଭୁବନେଶ୍ବର(କେନ୍ୟୁଜ୍): ୨୦୨୨-୨୩ ବାର୍ଷିକ ବଜେଟ ପ୍ରସ୍ତୁତି ପୂର୍ବରୁ ରାଜ୍ୟ ଅର୍ଥ ବିଭାଗର ଜନସାଧାରଣଙ୍କଠାରୁ ମତାମତ ଆହ୍ଵାନ । ଜନସାଧାରଣଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ଵାନ କରାଯାଇଥିବା ବେଳେ ଏହା ଏକ ୱେବ ପୋର୍ଟାଲ https://budget.odisha.gov.in ରେ ଉପଲବ୍ଧ । ବଜେଟ ନେଇ ଜନସାଧାରଣ ସେମାନଙ୍କ ପରାମର୍ଶ ଇ-ମେଲ୍‌ରେ odisha. [email protected]ରେ ପଠାଇପାରିବେ ।

ସେହିପରି ବଜେଟ ସମ୍ବନ୍ଧୀୟ ସୂଚନା ମଧ୍ୟ ହ୍ଵାଟସ ଆପ୍‌ରେ 9438161111ରେ ଦେଇପାରିବେ । ସେହିପରି ସାମାଜିକ ଗଣମାଧ୍ୟମ ଟ୍ଵିଟର ଓ ଫେସବୁକ୍‌ରେ ମଧ୍ୟ ଦେଇପାରିବେ ମତାମତ । ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଆଜିଠୁ ୩୧ ତାରିଖ ଯାଏ ପରାମର୍ଶ ଦେଇପାରିବେ ବୋଲି କୁହାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.