ପ୍ରତିଦିନ ଗଜାମୁଗ ଖାଇଲେ ଶରୀର ପାଇଁ ଏହା ଖୁବ ଫାଇଦା ଯୋଗାଏ, ଜାଣନ୍ତୁ ଏହାର ସୁଗୁଣ

କରୋନା କାଳରେ ସରକାରଙ୍କଠୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ଇମ୍ୟୁନିଟି ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ସେମାନଙ୍କ ଇମ୍ୟୁନିଟି ଶକ୍ତିକୁ ବଢ଼ାଇବା ପାଇଁ ସବୁ ପ୍ରକାର ପ୍ରୟାସ ଚାଲିିଛି। ଖାଦ୍ୟ , ଔଷଧଠୁ ଆରମ୍ଭ କରି ପରେ ଭ୍ୟାକସିନ ମଧ୍ୟ ଦିଆଗଲା। ଯାହା ଏବେ ପର୍ଯ୍ୟନ୍ତ ଚାଲୁ ରହିଛି।

ଡାକ୍ତରଙ୍କ କହିବା ଅନୁଯାୟୀ ଯେଉଁ ଲୋକମାନଙ୍କ ଇମ୍ୟୁନିଟି କ୍ଷମତା ବଢ଼ିଥିବ ସେମାନେ ହିଁ ଭାଇରସ୍‌ ସହ ଲଢ଼ି ପାରିବେ। ତେବେ ଔଷଧ ବ୍ୟତିତ କିଛି ଖାଦ୍ୟ ଏମିତି ଅଛି ଯାହାକୁ ଖାଇବା ଦ୍ୱାରା ମଧ୍ୟ ଆପଣ ଶରୀର ଭିତରୁ ଷ୍ଟ୍ରଙ୍ଗ ରହିବେ। ଗଜା ମୁଗ ନାଁ ତ ଆପଣ ଅନେକ ବାର ଶୁଣିଥିବେ। କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରୁଥିଲେ ବି ପ୍ରାୟତଃ ସମସ୍ତେ ଏହାକୁ ଖାଇବାକୁ ନାପସନ୍ଦ କରନ୍ତି। ଗଜା ମୁଗ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ହୋଇଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ।

ଡାକ୍ତରଙ୍କ କହିବା ଅନୁଯାୟୀ ଗୋଟା ମୁଗ ଡାଲିକୁ ରାତିସାରା ଭିଜାଇ ରଖନ୍ତୁ। ଏହାପରେ ମୁଗରୁ ଆପେ ଆପେ ଗଜା ବାହାରିବ। ଗଜା ବହାରିଲା ପରେ ତାକୁ ଖାଆନ୍ତୁ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇାଦା ମିଳିଥାଏ। ଗଜା ମୁଗରେ ପ୍ରୋଟିନ, ଫାଇବର, ମାଗ୍ନେସିୟମ, ଫସଫରସ୍‌,ପୋଟାସିୟମ, ଜିଙ୍କ, ଆଇରନ, ମିନେରାଲ, ଆଣ୍ଟି ଅକ୍ସିଡାଣ୍ଟ, କପର, ଭିଟାମିନ ଏ, ବି, ଭିଟାମିନ ସି , ଭିଟାମିନ ଇ ଭଳି ତତ୍ତ୍ୱ ଭରପୂର ମାତ୍ରାରେ ଅଛି। ଏଥିରେ ଫ୍ୟାଟର ମାତ୍ରା ମଧ୍ୟ ବହୁତ କମ ଥାଏ।

ଯଦି ଆପଣ ପ୍ରତିଦିନ ସକାଳୁ ନିତ୍ୟକର୍ମ ସାରି ଗଜା ମୁଗକୁ ଖାଆନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ ଫାଇଦା ଯୋଗାଏ। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଆପଣ ଚାହିଁଲେ ଏହାକୁ ସାଲାଡ ବା ଚାଟ ଭାବେ ତିଆରି କରି ଏହାକୁ ଖାଇପାରିବେ। ଏବେ ଜାଣନ୍ତୁ ଏହାର ଅନ୍ୟାନ୍ୟ ଫାଇଦା:
-ଏହା ଓଜନ କମାଇବାରେ ବହୁ ମାତ୍ରାରେ ସାହାଯ୍ୟ କରେ। ଚର୍ବି ଅଂଶକୁ କମାଇବାରେ ଏହା ରାମ ବାଣ ସଦୃଶ୍ୟ ହୋଇଥାଏ। ଏହାଦ୍ୱାରା ଶରୀରେ ଚର୍ବି ଅଂଶ କମିଯାଏ । ତେଣୁ ପ୍ରତିଦିନ ଖାଲି ପେଟରେ ଏହାକୁ ଖାଆନ୍ତୁ।
-ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ଦୁନିଆରେ ଏବେ ଅନେକ ଲୋକଙ୍କ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଲାଣି। ତେଣୁ ଏମାନଙ୍କୁ ମଧ୍ୟ ଗଜା ମୁଗ ଖାଇବା ନିହାତି ଜରୁରୀ। ଏହାଦ୍ୱାରା ହଜମ ପ୍ରକ୍ରିୟା ଠିକ ରୁହେ। ଏଥିରେ ଫାଇବର ଥିବା କାରଣରୁ ଏହା ପେଟ ପାଇଁ ଖୁବ ଭଲ ହୋଇଥାଏ।
-ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଇମ୍ୟୁନିଟି ବୁଷ୍ଟ କରିଥାଏ।
-ହାର୍ଟ ପାଇଁ ମଧ୍ୟ ଏହା ଖୁବ ଭଲ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ହାର୍ଟ ଆଟାକ ଭଳି ସମସ୍ୟାରୁ ମୁକ୍ତି ମିଳେ। ଏହା ହୃଦୟରେ କ୍ଲଟ ବା ଜମାଟ ବାନ୍ଧିବାରୁ ମୁକ୍ତି ଦିଏ।