ଅତିଥି ପକ୍ଷୀ ମାନଙ୍କର ବଂଶ ବିସ୍ତାର ଓ ସୁରକ୍ଷା ପାଇଁ ତିଆରି ହେଲା ବସା

ମହାକାଳପଡା (କେନ୍ୟୁଜ) : ତିଆରି ହେଉଛି ବସା। କୃତ୍ରିମ ବସାରେ ରହିବେ ଅତିଥି। ଅତିଥି ମାନଙ୍କ ଖାସ ଧ୍ୟାନ ରଖିବାକୁ ଯାଇ ତିଆରି ହେଉଛି କୃତ୍ରିମ ବସା। ଏହି ବସାରେ ରହିବେ ବିଦେଶରୁ ଆସିଥିବା ଅତିଥି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବହୁ ଜୀବ ଜନ୍ତୁ, ପଶୁପକ୍ଷୀ ବିଲୁପ୍ତ ଅବସ୍ଥାକୁ ଚାଲି ଗଲେଣି,ଏହି ଘଡିସନ୍ଧି ମୁହୁର୍ତ୍ତରେ ବିଦେଶାଗତ ଅତିଥି ପକ୍ଷୀ ମାନଙ୍କର ବଂଶ ବିସ୍ତାର ଓ ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି ପରିବେଶପ୍ରେମୀ।
ଶୀତ ଋତୁ ଆରମ୍ଭରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ତ୍ରିକୋଣଭୂମି ଅଂଚଳର ନଦୀ ଓ ସମୁଦ୍ରର ନୀଳ ଜଳରାଶିର ଢେଉରେ କୌତୁକିଆ ଖେଳ ଖେଳୁଥିବା ବିଭିନ୍ନ ପ୍ରକାର ବିଦେଶାଗତ ପକ୍ଷୀ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ନିଜକୁ ସୁରକ୍ଷିତ ମନେ କରି ହଜାର ହଜାର ପଥ ଅତିକ୍ରମ କରି ଛୁଟି ଆସନ୍ତି ମହାକାଳପଡ଼ା ଅଞ୍ଚଳକୁ। ପକ୍ଷୀ ମାନଙ୍କର ସ୍ୱଳ୍ପ ରହଣି ପାଇଁ କାଠି,କୁଟା, ନଡ଼ିଆ କତା, ଆଦିରେ ନିଜସ୍ୱ ଉଦ୍ୟମରେ ବସା ତିଆରି କରି ଲୁଣା ଜଙ୍ଗଲ ଭିତରେ ବସା ତିଆରି କରାଯାଏ। ପକ୍ଷୀମାନେ ଏହି ବସାରେ ବାସ କରି ନିଜର ବଂଶ ବିସ୍ତାର କରିବା ସହିତ ଶାବକ ପକ୍ଷୀଙ୍କୁ ସାଥିରେ ଧରି ପୁଣି ବିଦେଶ ଯିବା ପର୍ଯ୍ଯନ୍ତ ଏହି ବସା ସେମାନଙ୍କ ପାଇଁ ସହାୟକ ହେବ ବୋଲି କହିଛନ୍ତି ପରିବେଶବିତ।
ବସା ରହିଲେ ଅତିଥିପକ୍ଷୀ ଆସିବା ଦ୍ଵାରା ବିସ୍ତିର୍ଣ୍ଣ ଲୁଣା ଜଙ୍ଗଲ ତାର ପରିଚୟ ପାଇପାରିବ। ଯଦି ଏହାର ସୁରକ୍ଷା ଉପରେ ଦୃଷ୍ଟି ଦିଆ ନ ଯାଏ ଏ ମଣିଷରୂପି ଶିକାରୀ ମୁହଁରେ ଏହି ଅତିଥି ପକ୍ଷୀଙ୍କ ଜୀବନ ଚାଲିଯିବ। କିନ୍ତୁ ସେହି ମଣିଷ ଆଜି ପକ୍ଷୀଙ୍କ ବଂଶ ବିସ୍ତାର କଥା ଚିନ୍ତା କରି କୃତ୍ରିମ ବସା ତିଆରି କରୁଛନ୍ତି କିଛି ପରିବେଶପ୍ରେମୀ। ଦେଖନ୍ତୁ କେତେ ସୁନ୍ଦର ଭାବେ ତିଆରି କରାଯାଉଛି କୃତ୍ରିମ ବସା।