ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନଥିବା ଗାଡ଼ି ମାଲିକଙ୍କୁ ଜରିମାନା, ୨୬ ଶହରୁ ଅଧିକ ଲୋକ ଦଣ୍ଡିତ

କଟକ (କେନ୍ୟୁଜ୍‌) : ହାଇସିକ୍ୟୁରିଟି ନମ୍ବର ପ୍ଲେଟ-HSRP ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । HSRPର ଉଲ୍ଲଂଘନ ପାଇଁ ୨୬ଶହରୁ ଅଧିକ ଗାଡି ମାଲିକଙ୍କୁ ଜରିମାନା । ଏପର୍ଯ୍ୟନ୍ତ ଜାରି କରାଯାଇଥିବା ଚାଲାଣ ଗୁଡିକ ମଧ୍ୟରେ ଅଧିକାଂଶ ଦୁଇ ଚକିଆ ଯାନ । ସେମାନଙ୍କ ଉପରେ ୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି। ଭବିଷ୍ୟତରେ ଉଲ୍ଳଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ବିଭିନ୍ନ ନମ୍ବର ସିରିଜ ଯାନ ପାଇଁ ଦିଆଯାଇଥିବା ଶେଷ ତାରିଖ ଅନୁଯାୟୀ ଚାଲାଣ ଜାରି କରାଯାଇଛି । ୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜୀକୃତ ଯାନର ରେଜିଷ୍ଟ୍ରେସନ ନମ୍ବରର ଶେଷ ଅଙ୍କ ୧,୨,୩, ୪, ୫ ଓ ୬ ଥିଲେ ସେଗୁଡ଼ିକ ପାଇଁ HSRP ଲଗାଇବା ସମୟସୀମା ଗତ ଡିସେମ୍ବର ୩୧ ଯାଏ ଥିଲା ।

ସେହିପରି ରେଜିଷ୍ଟ୍ରେସନ ନମ୍ବର ଶେଷ ଅଙ୍କ ୭ କିମ୍ବା ୮ ଥିଲେ ସେଗୁଡ଼ିକର ହାଇ ସିକ୍ୟୁରିଟି ପ୍ଲେଟ ଲଗାଇବା ସମୟସୀମା ଜାନୁଆରୀ ୩୧ ଯାଏ ରଖାଯାଇଥିଲା । ଶେଷ ଅଙ୍କ ୯ ଓ ୦ ଥିବା ଯାନଗୁଡ଼ିକ ପାଇଁ HSRP ଲଗାଇବା ଶେଷ ତାରିଖ ଫେବ୍ରୁଆରୀ ୨୮ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀରେ ମୋଟର ଯାନ ଉଲ୍ଲଂଘନ କରିଥିବା ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ରାଜ୍ୟ ପରିବହନ ବିଭାଗର ଅଧିକାରୀମାନେ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ସହ ସ୍ୱତନ୍ତ୍ର ଡ୍ରାଇଭ କରୁଛନ୍ତି ।

ଗତକାଲି ସୁଦ୍ଧା ମୋଟ ୩୮ ହଜାର ୪୯ ଶହ ୪୯୮ ଗାଡି ମାଲିକ ସ୍ଲଟ ବୁକ୍‌ କରିଛନ୍ତି । ସେଥିମଧ୍ୟରୁ ୩୧ ହଜାର ୬୫ଶହ ୮୫୦ ଗାଡିରେ HSRP ଲଗାଯାଇଛି । ଯଦି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିରେ HSRP ମଧ୍ୟରେ ସଂଲଗ୍ନ ନହୁଏ ତାହେଲେ ଇ-ଚାଲାଣ ଜାରି କରାଯିବ। ମୋଟର ପରିବହନ ଆଇନ ଅନୁସାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ । ଖିଲାପକାରୀଙ୍କ ଠାରୁ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଯାଏ ଜୋରିମାନା ଆଦାୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.