ବିଏସଏନଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ, ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ

ବିଏସଏନଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ । କଟକ ବଜ୍ରକବାଟୀ ସ୍ଥିତ ବିଏସଏନଏଲ ଅଫିସର ଚତୁର୍ଥ ମହଲାରେ ଲାଗିଛି ନିଆଁ। ନିଆଁଲିଭା କାର‌୍ୟ୍ୟରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡ ପରେ କଟକ ସହରରେ ଈଝଘଖ ମୋବାଇଲ ସେବା ଅଚଳ ହୋଇପଡିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଭିତରେ ଥିବା ସମସ୍ତ କର୍ମଚାରୀ ବାହାରକୁ ପଳାଇ ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.