ଚନ୍ଦ୍ରାୟାନ- ୨ ଅଭିଯାନ ଦ୍ୱାରା ନାସା କମାଇବାକୁ ଚାହୁଁଥିଲା କୋଟି କୋଟି ଟଙ୍କା, ଜାଣନ୍ତୁ କେମିତି

ଯଦିବା ଚନ୍ଦ୍ରାୟାନ -୨ ଅଭିଯାନ ପୁରା ହେଇପାରିନାହିଁ ବା ଅଧୁରା ରହିଯାଇଛି । କିନ୍ତୁ ଭାରତୀୟ ବୈଜ୍ଞାନିକ ମାନଙ୍କର ନିଜ ଉପରୁ ବିଶ୍ୱାସ ବା ଭାରତୀୟ ମାନଙ୍କର ନିଜ ବୈଜ୍ଞାନିକ ମାନଙ୍କ ଉପରୁ ଭରଷା ଉଠିନାହିଁ । ବୈଜ୍ଞାନିକ ମାନଙ୍କ ସୂଚନା ଅନୁଯାୟୀ ଏବେବି ଆର୍ବିଟରଟି ଚନ୍ଦ୍ରର ପରିକ୍ରମା କରୁଛି । ଆଉ ବହୁ ଜଲଦି ଚନ୍ଦ୍ର ପୃଷ୍ଠ ସମ୍ବନ୍ଧୀୟ ବିଭିନ୍ନ ଫୋଟୋ ପଠାଇବାକୁ ଯାଉଛି । ଆଉ ଏକ ବିଶେଷ କଥା ହେଉଛି ଭାରତ ଏହି ମିଶନ ଟିକୁ ନିଜ ଚେଷ୍ଟାରେ ହିଁ ପୂରଣ କରିଛି । ଏଥିପାଇଁ କୌଣସି ବିଦେଶୀ ସଂସ୍ଥାର ସାହାଯ୍ୟ ନେଇନାହିଁ । କିନ୍ତୁ ଆପଣ ଜାଣନ୍ତି କି ଭାରତର ଏହି ମିଶନରୁ ନାସା କୋଟି କୋଟି କମାଇବାକୁ ଚାହୁଁଥିଲା ।

ଦରକାର ଥିଲା ୬୦ ରୁ ୭୦ ଟନ ମାଟି:

ପ୍ରକୃତରେ ଇସ୍ରୋର ବୈଜ୍ଞାନିକ ମାନେ ଚନ୍ଦ୍ରୟନ-୨ ମିଶନ ଆରମ୍ଭ କରିବା ପୂର୍ବରୁ ଅନେକ ଦିନ ଧରି ବହୁ ଗବେଷଣା ମାନ କରିଥିଲେ । ଚନ୍ଦ୍ର ବିଷୟରେ ଅଧିକ ଜାଣିବା ପାଇଁ ତାଙ୍କୁ ଚନ୍ଦ୍ର ପୃଷ୍ଠର ମାଟି ଭଳି କିଛି ମାଟି ଦରକାର ଥିଲା । ଏହାର ଆନୁମାନିକ ପରିମାଣ ପ୍ରାୟ ୬୦ ରୁ ୭୦ ଟନ ହେବ । କିନ୍ତୁ ଏହି ମାଟି କେବଳ ଆମେରକୀୟ ମହାକାଶ ସଂସ୍ଥା ନାଶା ପାଖରେ ହିଁ ମହଜୁଦ ଥିଲା । କିନ୍ତୁ ନାଶା ଠାରୁ ଯେତେବେଳେ ଏହି ମାଟି ଇସ୍ରୋ ମାଗିଥିଲା ନାସା ସେହି ସମୟରେ ଏକ ଚୁକ୍ତି କରିବାକୁ ପ୍ରୟାସ କରିଥିଲା। ନାସା ଗୋଟେ କିଲୋ ମାଟିର ମୂଲ୍ୟ ଅତି କମରେ ୧୦୦୦ ଟଙ୍କାରେ ଦେବ ବୋଲି କହିଥିଲା । ଇସ୍ରୋ ଦରକାର କରୁଥିବା ୬୦ ରୁ ୭୦ ଟନ ମାଟିର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ କୋଟି କୋଟି ଟଙ୍କା ହୋଇଥାନ୍ତା । ଏଥିରୁ ସ୍ପଷ୍ଟ ହୋଇଛି ଯେ ନାଶା ଇସ୍ରୋଠୁ କୋଟି କୋଟି ଟଙ୍କା କମାଇବାକୁ ଚାହୁଁଥିଲେ।

ବୈଜ୍ଞାନିକ ମାନେ ବାହାର କଲେ ରାସ୍ତା:

କିନ୍ତୁ ଇସ୍ରୋର ବୈଜ୍ଞାନିକ ମାନେ ଏହି ସମସ୍ୟାର ଏକ ସମାଧାନ ବାହାର କରିଥିଲେ । ଏଥିପାଇଁ ତାଙ୍କୁ କୋଟି କୋଟି ଟଙ୍କା ବଦଳରେ
ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଦେଶର ଭୂବୈଜ୍ଞାନିକ ମାନେ ତାମିଲନାଡୁର ୨ଟି ଗାଁ ସୀତାମପେଣ୍ଡି ଓ କୁତ୍ତାମଲାଈ ସ୍ଥିତ ଏରୋଥୋସାଇଟର ଚଟ୍ଟାଣର ମାଟିକୁ ଚିହ୍ନଟ କରିଥିଲେ । ଯେଉଁ ମାଟିକୁ ପରବର୍ତ୍ତୀ ସମୟରେ ଚନ୍ଦ୍ରର ମାଟି ସଦୃଶ ତିଆରି କରାଯାଇଥିଲା ।ବୈଜ୍ଞାନିକ ମାନେ ଚନ୍ଦ୍ରର ଦକ୍ଷିଣ ପ୍ରାନ୍ତର ପରୀକ୍ଷା ପାଇଁ ବାଙ୍ଗାଲୋରର ଏକ ପରୀକ୍ଷା ଗାରାରେ ଏହି ମାଟିର ପରୀକ୍ଷଣ କରିଥିଲେ । ଏହା ପରେ ବୈଜ୍ଞାନିକ ମାନେ ଏହି ମାଟି ଦ୍ୱାରା ଚନ୍ଦ୍ର ସଦୃଶ ଏକ କୃତିମ ଚନ୍ଦ୍ର ବନେଇଥିଲେ । ଲ୍ୟାଣ୍ଡର ବିକ୍ରମ ଓ ରୋବୋର୍ଟ ପ୍ରଜ୍ଞାନର ପ୍ରଥମ ପରୀକ୍ଷଣ ଏହି କୃତିମ ଚନ୍ଦ୍ରରେ କରାଯାଇ ଥିଲା । ପରେ ଇସ୍ରୋର ବୈଜ୍ଞାନିକମାନେ ଜୁଲାଇ ମାସ ୨୨ ତାରିଖରେ ଚନ୍ଦ୍ରାୟନ-୨ କୁ ଚନ୍ଦ୍ର ପୃଷ୍ଠ ଅଭିମୁଖେ ଛାଡିଥିଲେ ।

ଏହା ସହ ପଢନ୍ତୁ:

ଜାଣନ୍ତୁ ଅନ୍ତରୀକ୍ଷ ଓ ଚନ୍ଦ୍ର ସମ୍ପର୍କରେ କିଛି ଅଜଣା କଥା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.