ଅଧିକ ସମୟ ପର୍ଯ୍ୟନ୍ତ ରହିବ ପରଫ୍ୟୁମ ସୁଗନ୍ଧ, ଧ୍ୟାନରେ ରଖନ୍ତୁ ଏହି କଥା

ଘରୁ ବାହାରିବା ମାତ୍ରେ ନିଜକୁ ସତେଜ ରଖିବା ପାଇଁ ଆମ୍ଭେ ଡିଓ କିମ୍ବା ପରଫ୍ୟୁମ ଲଗାଇଥାଉ। ପରଫ୍ୟୁମ ଅଧିକ ସମୟ ରହିବା ପାଇଁ ଅନେକ ଲୋକ ନିଜ ଦେହରେ ଲଗାଇବା ପରିବର୍ତ୍ତେ ନିଜ ପୋଷାକରେ ଲଗାଇଥାନ୍ତି। କିପରି ପରଫ୍ୟୁମ ସୁଗନ୍ଧ ଅଧିକ ସମୟ ରହିବା ପାଇଁ କେଉଁ ଉପାୟ ଆପଣାଇବେ ତାହା ଜାଣିନିଅନ୍ତୁ :

eee

ପରଫ୍ୟୁମ ଅଧିକ ସମୟ ରହିବା ପାଇଁ ଆମେ ଶରୀରର ଠିକ୍‌ ଅଙ୍ଗରେ ଲଗାଇବା ଉଚିତ। ଏପରି କରିବା ଦ୍ୱାରା ପରଫ୍ୟୁମର ସୁଗନ୍ଧ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ବହୁତ ଲୋକ ପାପୁଲି ତଳେ ପରଫ୍ୟୁମ ଲଗାଇଥାନ୍ତି, କିନ୍ତୁ ଆପଣ ଯଦି ଏହାକୁ କହୁଣୀରେ ଲଗାଇବେ ତେବେ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ।

ଏହାସହ ପଢ଼ନ୍ତୁ ; ନିଜ ପିଲାର ଭବିଷ୍ୟକୁ ନେଇ ଚିନ୍ତିତ ରହୁଛନ୍ତି କି ? ଏଭଳି ନିଅନ୍ତୁ ଯତ୍ନ

ସେହିଭଳି କାନର ପଛ ଭାଗରେ ପରଫ୍ୟୁମ ଲଗାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଏହି ସ୍ଥାନ ତୈଳାକ୍ତ ହୋଇଥିବା ଯୋଗୁଁ ପରଫ୍ୟୁମର ସୁଗନ୍ଧ ଜଲଦି ଉଡେନାହିଁ।

ww

ନାଭିରେ ପରଫ୍ୟୁମ ଲଗାଇବା ବହୁତ ସମୟ ପର୍ଯ୍ୟନ୍ତ ସୁଗନ୍ଧ ରହିଥାଏ। ଶରୀରର ଏହି ସ୍ଥାନରେ ହିଟ୍‌ ବାହାରିଥାଏ। ଏହା ପରଫ୍ୟୁମ ଲଗାଇବା ପାଇଁ ‘ପରଫେକ୍ଟ ପଏଣ୍ଟ’ । ଆପଣ ଯେବେ ବି ପରଫ୍ୟୁମ ବ୍ୟବହାର କରନ୍ତି ତେବେ ଏହି ସ୍ଥାନରେ ନିଶ୍ଚିତ ଲଗାଇବେ। ଏପରି କରିବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ସୁଗନ୍ଧ ରହିଥାଏ।