Below header

ଅଦ୍ଭୁତ, ଅଲୌକିକ ଓ ଆଶ୍ଚର୍ଯ୍ୟ: ମନ କୁ ମନ ଘରେ ଲାଗି ଯାଉଛି ନିଆଁ

ଅଦ୍ଭୁତ ଅଲୌକିକ ଆଚାର୍ଯ୍ୟ। ଆଖିରେ ନଦେଖିଲେ ବିଶ୍ୱାସ ହେବ ନାହିଁ। ମନ କୁ ମନ ଲାଗୁଛି ନିଆଁ। ଯାଜପୁର ବାସୁଦେବପୁର ପଂଚାୟତ ର ଗୋବିନ୍ଦପୁର ଗ୍ରାମର ଗୋପାଳ ଚନ୍ଦ୍ର ସାହୁ ଓ ସୁବାସ ଚନ୍ଦ୍ର ସାହୁଙ୍କ ଘରେ ଅଚାନକ ଲାଗୁଛି ନିଆଁ। ଘର ର ଆସବାପତ୍ର ରେ ଅଚାନକ ନିଆଁ ଲାଗିଯାଇଛି।

ଯାଜପୁର ଟାଉନ(କେନ୍ୟୁଜ): କୌଣସି କାରଣ ନ ଥାଇ ଲାଗୁଛି ନିଆଁ। ଆଖି ପିଛୁଳାକେ ଘର ଭିତରେ ଯେକୌଣସି ସ୍ଥାନରେ ନିଆଁ ଲାଗିଯାଉଛି । ବିଛଣା ଠାରୁ ଆରମ୍ଭ କରି ଅସବାବପତ୍ର ସବୁଠାରେ ନିଆଁ ଲାଗି ଗଳି ଯାଉଛି। ଯାହା ଫଳରେ ଘର ଛାଡ଼ି ପରିବାର ଲୋକେ ପଦାରେ ପଡିରହିଛନ୍ତି। ଏଭଳି ଏକ ଘଟଣା ଶୁଣି ଚକିତ ଲାଗୁଥିଲେ ବି କଥା ଟା ପୁରା ସତ।

ବିଜ୍ଞାନ ଯୁଗ ରେ ବି ଗୁଣି ଗାରେଡି କୁ ବିଶ୍ୱାସ କରିବାକୁ ବାଧ୍ୟ ହୋଇଛି ମଣିଷ। ଆକସ୍ମିକ ଅଗ୍ନିକାଣ୍ଡ କୁ ନେଇ ପରିବାର ଲୋକେ ଚିନ୍ତା ରେ। ଚାହୁଁ ଚାହୁଁ ଲାଗି ଯାଉଛି ନିଆଁ। ଘର ର କବାଟ ,ଝରକା ଠାରୁ ଆରମ୍ଭ କରି ଟିଭି ଓ ଅନ୍ୟାନ୍ୟ ଆସବାବପତ୍ରରେ ଲାଗୁଛି ନିଆଁ। ଗାଧୋଇ ସାରିବା ପରେ ବି ଓଦା ଲୁଗାରେ ନିଆଁ ଲାଗିଯାଉଛି। ଏଭଳି ଏକ ଘଟଣା ଯାଜପୁର ବ୍ଲକ ଗୋବିନ୍ଦପୁର ଗାଁରେ ଗତ କିଛି ଦିନ ହେଲା ଚର୍ଚ୍ଚା ପାଲଟିଛି । ଏଭଳି ଆକସ୍ମିକ ଅଗ୍ନିକାଣ୍ଡ ଘଟିବା କାରଣରୁ ଲୋକେ ଘରୁ ବାହାରକୁ ଆସି ପଦାରେ ପଡିରହିଛନ୍ତି। ଏହି ଅଗ୍ନିକାଣ୍ଡ ର କାରଣ ଜଣା ପଡି ନଥିବା ବେଳେ ଏହା ଏକ ଭୌତିକ କାଣ୍ଡ ବୋଲି ଜୋରସୋରରେ ଚର୍ଚ୍ଚା ହେଉଛି।

ଗୋବିନ୍ଦପୁର ଗାଁ ର ସୁବାସ ଚନ୍ଦ୍ର ସାହୁ ଓ ଗୋପାଳ ଚନ୍ଦ୍ର ସାହୁ ଙ୍କ ଘରେ ଗତ କିଛି ଦିନ ଧରି ଏଭଳି ଘଟୁଛି। ଯେଉଁଥିପାଇଁ ପରିବାର ଲୋକେ ଭୋକ ଉପବାସରେ ଦିନ କାଟୁଛନ୍ତି। ତେବେ ଭୌତିକ କାଣ୍ଡ ବୋଲି କୁହାଯିବାରୁ ପରିବାର ଲୋକେ ଗୁଣିଆଙ୍କ ସହାୟତା ନେଇଥିଲେ । ତଥାପି କୌଣସି ସୁଫଳ ମିଳିପାରିନାହିଁ। ଯାହାକୁ ନେଇ ଚିନ୍ତାରେ ପୁରା ପରିବାର।

ତେବେ ଦିନ ରାତି ସବୁ ବେଳେ ଏହି ନିଆଁ ଲାଗି ରହୁଛି । ଲିଭାଇବା ପରେ ମଧ୍ୟ କେତେବେଳେ କେଉଁଠି ଲାଗୁଛି ତାର କୌଣସି ଠିକଣା ନାହିଁ। ନିଆଁ କୁ ଆୟତ କରିବାକୁ ଆସିଥିବା ଦମକଳ ବାହିନୀ ମଧ୍ୟ ବିଫଳ ହୋଇଛି। ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣା ପଡ଼ିନାହିଁ। ବିଜ୍ଞାନ ଯୁଗରେ ଆଜି ବି ଏଭଳି ଗୁଣି ଗାରେଡିକୁ ବିଶ୍ୱାସ କରିବାକୁ ପଡୁଛି। ସେଥିପାଇଁ ନିଆଁ ଲାଗିବାର ପ୍ରକୃତ କାରଣ କଣ ଜାଣିବା ସହିତ କିଭଳି ଏହି ନିଆଁକୁ ଆୟତ୍ତ କରାଯିବ ସେଦିଗରେ ପଦକ୍ଷପ ନେବା ନିହାତୀ ଜରୁରୀ । ପରିବାର ଲୋକେ ନିଆଁ କୁ ଆୟତ୍ତ କରିବା ପାଇଁ ଗୋଟିଏ ପରେ ଗୋଟିଏ ଗୁଣିଆ କୁ ଆଣି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.