ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା, ଟିଏମ୍‌ସି ସାଂସଦ ଡେରେକ୍‌ ଓ’ ବ୍ରାୟନ ନିଲମ୍ବିତ

ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଲଗାତାର ଭାବେ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି ବିରୋଧୀ। ବିରୋଧୀ ଦଳର ସାଂସଦମାନେ ଉଭୟ ଗୃହରେ ହଙ୍ଗାମା କରୁଛନ୍ତି, ଯାହାକୁ ନଜରରେ ରଖି ଉଭୟ ଗୃହର ପ୍ରକ୍ରିୟା ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଲଗାତାର ଭାବେ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି ବିରୋଧୀ। ବିରୋଧୀ ଦଳର ସାଂସଦମାନେ ଉଭୟ ଗୃହରେ ହଙ୍ଗାମା କରୁଛନ୍ତି, ଯାହାକୁ ନଜରରେ ରଖି ଉଭୟ ଗୃହର ପ୍ରକ୍ରିୟା ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସେପଟେ ରାଜ୍ୟସଭାରେ ହଙ୍ଗାମା କରୁଥିବା ଟିଏମ୍‌ସି ସାଂସଦ ଡେରେକ୍‌ ଓ’ ବ୍ରାୟନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି।

ଅପମାନଜନକ ବ୍ୟବହାର ପାଇଁ ସାଂସଦ ବ୍ରାୟନଙ୍କୁ ଶୀତକାଳୀନ ଅଧିବେଶର ଅବଶିଷ୍ଟ ଭାଗ ପାଇଁ ନିଲମ୍ବନ କରିବାର ପ୍ରସ୍ତାବକୁ ରାଜ୍ୟସଭା ପାରିତ କରିଛି। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁସାରେ, ଡେରେକ୍‌ ଓ’ ବ୍ରାୟନ ଗୃହର ୱେଲ୍‌ରେ ପ୍ରବେଶ କରି ସ୍ଲୋଗାନ ଦେଇଥିଲେ ଏବଂ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲେ। ତେଣୁ ତାଙ୍କୁ ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକ ପାଇଁ ନିଲମ୍ବିତ କରାଯାଇଛି।

ଏହା ପୂର୍ବରୁ ଲୋକସଭାରେ ମଧ୍ୟ ବିରୋଧୀ ସାଂସଦମାନେ ପ୍ରବଳ ହଙ୍ଗାମା କରିଥିଲେ ଏବଂ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ବାଚସ୍ପତି ଓମ୍‌ ବିର୍ଲା ଗୃହରେ ଅରାଜକତା ନ କରିବାକୁ ସାଂସଦମାନଙ୍କୁ ଅପିଲ୍‌ କରିଥିଲେ। ସେ କହିଥିଲେ ଯେ କାଲିର ଯେଉଁ ଘଟଣା ରହିଛି, ତାହା ବିଷୟରେ ଆଲୋଚନା କରିବା ଲୋକସଭା ସଚିବାଳୟର ଦାୟିତ୍ୱ। ଲୋକସଭା ବାଚସ୍ପତି ଭାବରେ ମୋର ଦାୟିତ୍ୱ ରହିଛି କି, ମୁଁ ଆପଣଙ୍କ ସହିତ ବସି ଆଲୋଚନା କରିବି। କାଲି ଆଲୋଚନା କରିଥିଲି। ପୁଣି ଆଲୋଚନା କରିବା। ଏଥିରେ ସରକାରଙ୍କର କୌଣସି ଲେଣଦେଣ ନାହିଁ।

ଓମ୍‌ ବିର୍ଲା କହିଥିଲେ ଯେ ସରକାର ସଚିବାଳୟ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ, ନା ଆମେ ଏହାକୁ ଅନୁମତି ଦେବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.