ପୁଣି ବଢିଲା ସିଏନଜି ଦର, ଜାଣନ୍ତୁ ଦିଲ୍ଲୀରେ କେତେ ହେଲା ଦାମ୍‌

ରାଜଧାନୀବାସୀଙ୍କୁ ସିଏନଜି ଝଟକା । ସିଏନଜିର ନୂଆ ଦର ବୃଦ୍ଧି ଆଜିଠାରୁ ଲାଗୁ ହୋଇଯାଇଛି । ରାଜଧାନୀ ଦିଲ୍ଲୀ ଏବଂ ନୋଏନୂଆ ଦର ଆଜିଠାରୁ ଲାଗୁ ହୋଇଛି ।

ପୁଣି ବଢିଲା ସିଏନଜି ଦର । ସକାଳୁ ଦିଲ୍ଲୀ-ଏନସିଆରରେ ସିଏନଜି ଦର ବଢିଥିବା ଖବର ମିଳିଛି । ରାଜଧାନୀ ଦିଲ୍ଲୀ ଏବଂ ନୋଏଡା, ଗାଜିଆବାଦରେ ଦାମ୍‌ ବଢିଛି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ଅଏଲ ମାର୍କେଟିଂ କମ୍ପାନୀ ମୁତାବକ, ସିଏନଜି ଦାମ୍‌ କିଲୋ ପ୍ରତି ୧ ଟଙ୍କା ବଢିଛି ।

ସିଏନଜି ଦାମ୍‌ କିଲୋ ପ୍ରତି ୧ ଟଙ୍କା ବଢିଛି । ଦିଲ୍ଲୀରେ ସିଏନଜି ଦର କିଲୋ ପ୍ରତି ୭୬.୫୯ ଟଙ୍କା, ନୋଏଡାରେ ୮୨.୨୦ ଟଙ୍କା, ଗାଜିଆବାଦ ଏବଂ ଗ୍ରେଟର ନୋଏଡା ପାଇଁ ୮୧.୨୦ ଟଙ୍କା ପ୍ରତି କିଲୋ ରହିଛି । ସୂଚନାଯୋଗ୍ୟ ଗତ ୨୦ ଦିନ ମଧ୍ୟରେ ସିଏନଜି ଦାମ୍‌ ଲଗାତାର ଦ୍ୱିତୀୟ ଥର ପାଇଁ ବଢିଛି ।

ଏହା ପୂର୍ବରୁ ୨୩ ନଭେମ୍ବରରେ ଦିଲ୍ଲୀ-ଏନସିଆରରେ ସିଏନଜି ଦର କିଲୋ ପ୍ରତି ୧ ଟଙ୍କା ବଢିଥିଲା । ଯାହାପରେ ଦିଲ୍ଲୀରେ ଦାମ୍‌ ୭୫.୫୯ ଟଙ୍କା ରହିଥିଲା । ନୋଏଡାରେ ୮୨.୨୦ ଟଙ୍କା, ଗାଜିଆବାଦ ଏବଂ ଗ୍ରେଟର ନୋଏଡାରେ ୭୯.୨୦ରୁ ବଢି ୮୦.୨୦ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.