ଭୁବନେଶ୍ୱର (କେନ୍ୟୁଜ): ହାଉସିଂ ବୋର୍ଡ ଅଫିସରେ ଅଗ୍ନିକାଣ୍ଡ। ଭୁବନେଶ୍ୱର ହାଉସିଂ ବୋର୍ଡ ଅଫିସରେ ନିଆଁ ଲାଗିଛି। ଏସିରୁ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ଆଜି ରବିବାର ଥିବାରୁ ଅଫିସ ବନ୍ଦ ରହିଥିଲା। ଅଫିସରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା।