ମାହି ଭିଜ୍‌ଙ୍କୁ ଦୁଷ୍କର୍ମ ଧମକ! ଟ୍ଵିଟ୍‌ କରି ମୁମ୍ବାଇ ପୋଲିସକୁ ସାହାଯ୍ୟ ମାଗିଲେ ଏହି ଲୋକପ୍ରିୟ ଟିଭି ଅଭିନେତ୍ରୀ

ଲୋକପ୍ରିୟ ଟିଭି ଅଭିନେତ୍ରୀ ମାହି ଭିଜ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ନିକଟରେ ‘ବିଗ୍ ବସ୍ ୧୬’କୁ ନେଇ ଚର୍ଚ୍ଚାକୁ ଆସିଥିବା ମାହିଙ୍କ ସହ ଶନିବାର ବିଳମ୍ବିତ ରାତିରେ ଘଟି ଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଘଟଣାଟି ସମ୍ବେଦନଶୀଳ ହୋଇ ଥିବାରୁ ସେ ଏ ନେଇ ଟ୍ୱିଟ୍ କରିବା ପରେ ସମସ୍ତେ ଚକିତ ହୋଇ ଯାଇଛନ୍ତି। ଟ୍ଵିଟରରେ ସେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ଜଣେ ବ୍ୟକ୍ତି ତାଙ୍କୁ ମଝି ରାସ୍ତାରେ ଅଟକାଇ କେବଳ ଗାଳି କି ଦୁର୍ବ୍ୟବହାର କରି ନାହାନ୍ତି, ବରଂ ଦୁଷ୍କର୍ମର ଧମକ ମଧ୍ୟ ଦେଇଛନ୍ତି। ମାହି ଭିଡିଓ ସେୟାର କରିବା ସହିତ ମୁମ୍ବାଇ ପୋଲିସକୁ ଏହି ମାମଲାରେ ସାହାଯ୍ୟ ପାଇଁ ଅନୁରୋଧ ମଧ୍ୟ କରିଛନ୍ତି।

ମାହି ଭିଜ୍‌ ଟ୍ୱିଟରରେ ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ କେହି ଦେଖାଯାଉ ନାହାନ୍ତି। କେବଳ ଗୋଟିଏ ଗାଡି ନମ୍ବର ପ୍ଲେଟ୍ ଦେଖା ଯାଉଛି ଏବଂ କିଛି ଲୋକଙ୍କର ପାଟି ଶୁଭୁଛି। ଭିଡିଓକୁ ବହୁତ ତରବରିଆ ଭାବେ ପ୍ରସ୍ତୁତ କରାଯାଇଥିବା ଭଳି ମନେ ହେଉଛି। କାହିଁକି ନା, ଭିଡିଓ ବହୁତ ମାତ୍ରାରେ ସେକ୍‌ ହେଉଛି।

ଭିଡିଓ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ‘ଏହି ବ୍ୟକ୍ତି ମୋ କାରକୁ ଧକ୍କା ଦେଇଥିଲେ ଏବଂ ଏହାପରେ ସେ ଗାଳିଗୁଲଜ ଆରମ୍ଭ କରି ଦେଇଥିଲେ। ଏପରି କି, ସେ ମୋତେ ଦୁଷ୍କର୍ମ କରିବାକୁ ମଧ୍ୟ ଧମକ ଦେଇଥିଲେ। ତାଙ୍କ ପତ୍ନୀ ବି କୋଧିତ ହୋଇ ଯାଇଥିଲେ ଏବଂ ପରେ ସେହି ବ୍ୟକ୍ତିଙ୍କୁ କହିଥିଲେ ଯେ ଛାଡ଼ି ଦେ ତାକୁ’। ଅଭିନେତ୍ରୀ ମୁମ୍ବାଇ ପୋଲିସକୁ ଟ୍ୟାଗ୍ କରି ଆହୁରି କହିଛନ୍ତି ଯେ ‘ଯିଏ ଆମକୁ ଧମକାଇଛି, ଦୟାକରି ସେହି ବ୍ୟକ୍ତିଙ୍କୁ ଖୋଜିବାରେ ମୋତେ ସାହାଯ୍ୟ କରନ୍ତୁ’।

ମାହିଙ୍କ ଟ୍ୱିଟ ଉପରେ ଆସିଲା ମୁମ୍ବାଇ ପୋଲିସର ପ୍ରତିକ୍ରିୟା

ମାହିଙ୍କ ଟ୍ୱିଟ ପରେ ମୁମ୍ବାଇ ପୋଲିସର ପ୍ରତିକ୍ରିୟା ମଧ୍ୟ ଆସିଛି। ଟ୍ଵିଟ୍‌ କରିବାକୁ ଯାଇ ମୁମ୍ବାଇ ପୋଲିସ ପରାମର୍ଶ ଦେଇଛି ଯେ ସେ ତାଙ୍କ ନିକଟସ୍ଥ ଥାନାକୁ ଯାଆନ୍ତୁ ଏବଂ ଘଟଣା ସମ୍ପର୍କରେ ସୂଚନା ଦେଇ ଅଭିଯୋଗ କରନ୍ତୁ। ସେପଟେ ମାହିଙ୍କ ଏହି ଟ୍ୱିଟ ପରେ ପ୍ରଶଂସକ ମାନେ ଖୁବ୍‌ ରାଗି ଯାଇଛନ୍ତି ଏବଂ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ତେବେ ବର୍ତ୍ତମାନ ମାହି ଏହି ମାମଲାର ଯାଞ୍ଚ ପାଇଁ ନିଜ ନିକଟସ୍ଥ ପୋଲିସ ଷ୍ଟେସନ ଯାଇଛନ୍ତି କି ନାହିଁ, ସେ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.