ରାଉରକେଲା ମହାନଗର ନିଗମ ଫୁଡ୍ କୋର୍ଟରେ ନିଆଁ, ଜଳିଗଲା ଜେସିବି ଓ କାର୍
ରାଉରକେଲା ମହାନଗର ନିଗମ ଫୁଡ୍ କୋର୍ଟରେ ଲାଗିଲା ନିଆଁ । ରାଉରକେଲା ମହାନଗର ନିଗମର ଉଦିତନଗରଠାରେ ଥିବା ଫୁଡ୍ କୋର୍ଟ ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଥିଲା ।

ରାଉରକେଲା(କେନ୍ୟୁଜ) : ରାଉରକେଲା ମହାନଗର ନିଗମ ଫୁଡ୍ କୋର୍ଟରେ ଲାଗିଲା ନିଆଁ । ରାଉରକେଲା ମହାନଗର ନିଗମର ଉଦିତନଗରଠାରେ ଥିବା ଫୁଡ୍ କୋର୍ଟ ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଥିଲା ।
ଅଳିଆ ଗଦାରୁ ନିଆଁ ଲାଗିବା ପରେ ଫୁଡ୍ କୋର୍ଟରେ ଥିବା କେତେକ ଠେଲା ଗାଡ଼ିରେ ନିଆଁ ଲାଗିଥିଲା। ପରେ ମହାନଗର ନିଗମର ଅବ୍ୟବହୃତ କାର ଓ ଜେସିବିରେ ନିଆଁ ଲାଗି ପୋଡ଼ି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।