Below header

ଭାରତ ଗସ୍ତରେ FIVBର ପ୍ରତିନିଧି ମଣ୍ଡଳୀ, ଭାରତୀୟ ଭଲିବଲ୍‌ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତଙ୍କୁ କଲେ ପ୍ରଶଂସା

ଭାରତ ଗସ୍ତରେ ଇଣ୍ଟରନେସନାଲ ଭଲିବଲ୍‌ ଫେଡେରେସନ୍‌ FIVBର ପ୍ରତିନିଧି ମଣ୍ଡଳୀ । FIVBର ଜେନେରାଲ୍‌ ଡାଇରେକ୍ଟର ଫାବିଓ ଆଜେଭେଦୋଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ନିକଟରେ ଭାରତ ଆସି ଭାରତୀୟ ଭଲିବଲ୍‌ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟାବଳିର ଉଚ୍ଚ ପ୍ରଶଂସା କରିଛନ୍ତି ।

 ଭୁବନେଶ୍ୱର(କେନ୍ୟୁଜ) : ଭାରତ ଗସ୍ତରେ ଇଣ୍ଟରନେସନାଲ ଭଲିବଲ୍‌ ଫେଡେରେସନ୍‌ FIVBର ପ୍ରତିନିଧି ମଣ୍ଡଳୀ । FIVBର ଜେନେରାଲ୍‌ ଡାଇରେକ୍ଟର ଫାବିଓ ଆଜେଭେଦୋଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ନିକଟରେ ଭାରତ ଆସି ଭାରତୀୟ ଭଲିବଲ୍‌ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟାବଳିର ଉଚ୍ଚ ପ୍ରଶଂସା କରିଛନ୍ତି ।

କେରଳରରେ ଏକ ସାମ୍ବାଦିକ ସମ୍ମିନଳୀରେ ଭାରତୀୟ ଭଲିବଲ ସଂଘର ସଭାପତି ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟାଳବୀର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଭାରତୀୟ ଅଲିମ୍ପିକ୍‌ ସଂଘ ସହ ଆଲୋଚନା କରି ଡ. ସାମନ୍ତ କିଟ୍‌ ଓ କିସ୍‌ ଜରିଆରେ କ୍ରୀଡ଼ା କ୍ଷେତ୍ରରେ ଅନେକ କାର୍ଯ୍ୟ କରୁଛନ୍ତି, ଭଲିବଲର ବିକାଶ ପାଇଁ ଯଥେଷ୍ଟ ପଦକ୍ଷେପ ନେଉଛନ୍ତି ବୋଲି ଫାବିଓ କହିଥିଲେ । ଡ. ସାମନ୍ତଙ୍କ ନେତୃତ୍ୱରେ ଆମେ ଭାରତରେ ଭଲିବଲର ପ୍ରସାର ଦିଗରେ ମିଳିତ ଭାବେ କାର୍ଯ୍ୟ କରିବୁ ।

ଏହାସହ ଭାରତ ସମେତ ଦକ୍ଷିଣ ଏସିଆରେ ବିଦ୍ୟାଳୟ ସ୍ତରରେ ଭଲିବଲର ପ୍ରଚାର ପ୍ରସାର କରିବା ପାଇଁ ଡ. ସାମନ୍ତଙ୍କ ନେତୃତ୍ୱରେ କାର୍ଯ୍ୟ କରିବୁ ବୋଲି କହିଛନ୍ତି ଜେନେରାଲ୍‌ ଡାଇରେକ୍ଟର ଫାବିଓ ଆଜେଭେଦୋ । ଭାରତ ଗସ୍ତ ସମୟରେ ଡ. ଅଚ୍ୟୁତ ସାମନ୍ତ ବିଦେଶରେ ଥିବାରୁ ଫାବିଓ ତାଙ୍କୁ ଭେଟି ପାରି ନଥିବା କହିଥିଲେ । ତେବେ ଡ. ସାମନ୍ତଙ୍କ ପକ୍ଷରୁ ଭାରତୀୟ ଭଲିବଲ୍‌ ସଂଘର ଯୁଗ୍ମ ସମ୍ପାଦକ ଡ. ଗଗନେନ୍ଦୁ ଦାଶ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ ।

FIVB ସବୁବେଳେ ଡ. ସାମନ୍ତ ଓ ଭାରତୀୟ ଭଲିବଲ୍‌ ସଂଘ ସହ ଅଛି ଓ ଏଠାରେ କାର୍ଯ୍ୟ କରୁଥିବା ନ୍ୟାସନାଲ୍‌ ଫେଡେରେସନ୍‌ ସହ ତାଙ୍କର କୌଣସି ମନାନ୍ତର ନାହିଁ ବୋଲି କହିଥିଲେ । ଖେଳରେ ରାଜନୀତିର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି ।

ଡ. ସାମନ୍ତଙ୍କ ଅନୁରୋଧ କ୍ରମେ ଭାରତରେ ଭଲିବଲର ଅଧିକ ପ୍ରସାର ନିମନ୍ତେ ଆସନ୍ତା ଡିସେମ୍ବରରେ FIVB କ୍ଲବ୍‌ ବିଶ୍ୱ ଚାମ୍ପିଅନସିପ୍‌ ସହ ୨୦୨୪ରେ ୧୯ବର୍ଷରୁ କମ୍‌ ଓ ୨୧ବର୍ଷରୁ କମ୍‌ ବିଶ୍ୱ ଚାମ୍ପିଅନସିପ୍‌ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ଏହାର ସବିଶେଷ ବିବରଣୀ ଖୁବ୍‌ ଶ୍ରୀଘ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.