Below header

ମାଲକାନଗିରି MV-17 ଗାଁ ନିକଟରେ ଅଘଟଣ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଚଳନ୍ତା କାର୍‌ରେ ନିଆଁ

ମାଲକାନଗିରି: ଚଳନ୍ତା କାରରେ ନିଆଁ। ମାଲକାନଗିରି ଜିଲ୍ଲା MV-17 ଗାଁ ନିକଟରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

carତେବେ କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏପରି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଜଳନ୍ତା କାର୍‌ ନିକଟରେ ଡ୍ରାଇଭର କିମ୍ବା ମାଲିକ କେହି ନଥିବାରୁ ଏଥିରେ ଆହତଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.