ରାଜ୍ୟରେ ଆଉ ୪୧୮୯ କରୋନା ପଜିଟିଭ୍‌ ଚିହ୍ନଟ, ପୁଣି ଗଲା ଆଉ ୧୧ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୪ ହଜାର ୧୮୯ କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୪୫୩ ଓ ଲୋକାଲ କେସ୍‌ ରହିଛି ୧୭୩୬ । ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୭୧୨ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି କଟକ । ଦିନକରେ କଟକ ଜିଲ୍ଲାରୁ ୫୮୬ ନୂଆ କେସ୍‌ ସାମ୍ନାକୁ ଆସିଛି । ପୁରୀରେ ୨୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୦୧, ଯାଜପୁରରୁ ୧୮୭ ମୟୂରଭଞ୍ଜରୁ ୧୭୪, ବାଲେଶ୍ୱରରୁ ୧୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି । ୩୮ ହଜାର ୧୫୮ ଚିକିତ୍ସିତ ଥିବାବେଳେ ସୁସ୍ଥ ହେଲେଣି ୧ଲକ୍ଷ ୪୯ ହଜାର ୩୭୯ ।

 ପୁଣି ଗଲା ଆଉ ୧୧ ଜୀବନ । ଆଜି ରାଜ୍ୟରେ କରୋନା ଆଉ ୧୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି । ବାଲେଶ୍ୱର, ବଲାଙ୍ଗିର, ମାଲକାନଗିରି ଓ ଗଞ୍ଜାମରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ଭୂତାଣୁ । ଭଦ୍ରକ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି ପ୍ରାଣଘାତୀ ମହାମାରୀ । ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୨୧ରେ ପହଞ୍ଚିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.