ଆୟତ୍ତ ହେଲା ପୁରୀ କୋଣାର୍କ ବାଲୁଖଣ୍ଡ ଆଭୟାରଣ୍ୟରେ ଲାଗିଥିବା ନିଆଁ, କିଛି ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିବା ଡିଏଫଓଙ୍କ ସୂଚନା

ପୁରୀ(କେନ୍ଯୁଜ୍): ପୁରୀ କୋଣାର୍କ ବାଲୁଖଣ୍ଡ ଆଭୟାରଣ୍ୟରେ ନିଆଁ । ୧୪ ନମ୍ବର ଯୋନ ବେଲଦଳ ନିକଟରେ ନିଆଁ ଲାଗିଥିଲା। ଅଗ୍ନିଶମ ସମେତ ବେଲଦଳ ଓ ବେଳେଶ୍ୱରପାଟଣା ଗ୍ରାମ୍ୟ ଜଙ୍ଗଲ କମିଟିର ଶତାଧିକ ଲୋକ ଏବଂ ଜଙ୍ଗଲ ବିଭାଗର କର୍ମଚାରୀ ମିଶି ନିଆଁକୁ ଆୟତ୍ତ କରିଛନ୍ତି ।

କିଛି ଦୁର୍ବୃତ୍ତ ୩ରୁ ୪ ସ୍ଥାନରେ ନିଆଁ ଲାଗାଇଥିବା ଡିଏଫଓ ସୂଚନା ଦେଇଛନ୍ତି । ରାତି ତମାମ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଜଙ୍ଗଲ ଜଗିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.