ଶେଷରେ ଜଙ୍ଗଲରେ ଶୁଆ କୋକୋକୁ ଛାଡ଼ିଲା ବନବିଭାଗ

ଭୁବନେଶ୍ୱର(କେନ୍ଯୁଜ୍): ଶେଷରେ ଜଙ୍ଗଲକୁ ଗଲା କୋକୋ। ଜଙ୍ଗଲରେ ଶୁଆ କୋକୋକୁ ଛାଡ଼ିଲା ବନବିଭାଗ। ଭୁବନେଶ୍ୱର ପାତ୍ରପଡ଼ା ନଲେଜ ସେଣ୍ଟରରେ ଛାଡ଼ିଛି ବନବିଭାଗ। ଶୁଆକୁ କଟକ ତୁଳସୀପୁର ଅଞ୍ଚଳର ସସ୍ମିତା ବେହେରା ପୋଷିଥିଲେ। ପିଞ୍ଜରାରେ ନରଖି ଖୋଲାରେ ପାଳିଥିଲେ । କୋକୋକୁ ନିଜ ପିଲା ଭଳି ସ୍ନେହ କରୁଥିଲେ । ମୁକ୍ତ ବିହଙ୍ଗ ଭଳି ସସ୍ମିତାଙ୍କ ଘରେ ବୁଲୁଥିଲା କୋକୋ ।

ଗତ ୫ ତାରିଖରେ ହଠାତ୍‌ କୁଆଡ଼େ ଉଡ଼ିଯାଇଥିଲା । ୧୨ ଦିନ ପରେ କୋକୋକୁ ଫେରାଇଥିଲେ ତାକୁ ପାଇଥିବା ଭୁବନେଶ୍ୱର କେଶୁରା ଅଞ୍ଚଳର ଜଣେ ମହିଳା । ଏହାପରେ ବନ ବିଭାଗ ଟିମ୍‌ ସସ୍ମିତାଙ୍କ ଘରକୁ ଯାଇ କୋକୋକୁ ଉଦ୍ଧାର କରିଥିଲେ । ପରେ ଶୁଆକୁ କେଉଁ ଠାରେ ରଖାଯିବ ନେଇ ଚାଲିଥିଲା ବିବାଦ। ଶେଷରେ ତାକୁ ଜଙ୍ଗଲରେ ଛଡ଼ାଯାଇଛି।

Leave A Reply

Your email address will not be published.