Below header

ସାବଧାନ! ହ୍ଵାଟ୍ସଆପ ଏବଂ ଟେଲିଗ୍ରାମରେ ଭୁଲରେ ବି ପଠାନ୍ତୁ ନାହିଁ ଏପରି ମେସେଜ, ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ୍ସ

ଆଜି ଇଣ୍ଟରନେଟ ଯୁଗରେ ପ୍ରାୟ ସମସ୍ତ ସ୍ମାର୍ଟଫୋନ୍ ୟୁଜର୍ସ ମାନେ ହ୍ଵାଟ୍ସଆପ ଏବଂ ଟେଲିଗ୍ରାମ ବହୁଳ ଭାବରେ ବ୍ୟବହାର କରୁଛନ୍ତି। କିନ୍ତୁ ଅନେକ ଥର ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକ ଆପଣଙ୍କ ପାଇଁ କେତେକ କ୍ଷେତ୍ରରେ ସୁରକ୍ଷିତ ନୁହେଁ। ଆସନ୍ତୁ ଜାଣିବା ଏ ବିଷୟରେ ସରକାର କେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୋସିଆଲ ମିଡିଆ ସମ୍ବନ୍ଧରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି

ସୋସିଆଲ ମିଡିଆ ଆପ୍ ମାଧ୍ୟମରେ ଗୋପନୀୟ ତଥ୍ୟ କିମ୍ବା ପେପର ଓ୍ବାର୍କ ସେୟାର ନକରିବାକୁ ସରକାର ଅଧିକାରୀମାନଙ୍କୁ କହିଛନ୍ତି। କେନ୍ଦ୍ରର ନୂଆ ଗାଇଡଲାଇନ୍ସ ସବୁ ସରକାରୀ କର୍ମଚାରୀଙ୍କ ଲାଗି ଅଟେ । ଏହି ଗୋପନୀୟ ତଥ୍ୟ ସେୟାର କରିବା ପାଇଁ ହ୍ବାଟ୍ସଆପ୍, ଟେଲିଗ୍ରାମ୍ କିମ୍ବା ଅନ୍ୟ ସୋସିଆଲ ମିଡ଼ିଆର ବ୍ୟବହାର ନ କରିବାର ଆଦେଶ ଦିଆଯାଇଛି।

ହ୍ବାଟ୍ସଆପ୍-ଟେଲିଗ୍ରାମ ବ୍ୟତୀତ ଏହି ଆପ୍ ଗୁଡିକ ଉପରେ ରୋକ ଲଗାଯାଇଛି

ସୁରକ୍ଷା ଦୃଷ୍ଟିରୁ କର୍ମଚାରୀଙ୍କ ପାଇଁ ସରକାର ଏହି ଗାଇଡଲାଇନ୍ସ ଜାରି କରିଛନ୍ତି।କାରଣ ଏହି ଆପ୍ସ ସର୍ଭର ବିଶ୍ବ ସାରା ନିଜି କର୍ପୋରେଶନ ଦ୍ବାରା ପରିଚାଳିତ ହେଉଛି । ଏପରି ସ୍ଥଳେ ଭାରତ ବିରୋଧି ଶକ୍ତି ତଥ୍ୟ ସହ ଖେଳିପାରନ୍ତି । ଏହି କ୍ରମAmazon Alexa, Apple HomePod, Google Meet, Zoom ଏବଂ ଅନ୍ୟାନ୍ୟ ଆପ୍ସର ବ୍ୟବହାର ସହିତ ମଧ୍ୟ ଜଡିତ |

ଓ୍ବାର୍କ ଫ୍ରମ ହୋମରେ ସାବଧାନତା ରହିବାକୁ ହେବ

ନୂତନ ଗାଇଡଲାଇନ୍ସରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଘରୁ କାମ କରିବାବେଳେ ସମ୍ବେଦନଶୀଳ ସୂଚନା କିମ୍ବା କାଗଜପତ୍ର ସେୟାର ଠାରୁ ଦୂରେଇ ରୁହନ୍ତୁ। କେବଳ ଏତିକି ନୁହେଁ, ଗୁପ୍ତ କିମ୍ବା ଦେଶବ୍ୟାପୀ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ବୈଠକ କିମ୍ବା ସମ୍ମିଳନୀରେ ସ୍ମାର୍ଟ ୱାଚ୍ କିମ୍ବା ସ୍ମାର୍ଟ ଫୋନ୍ ବ୍ୟବହାର ନକରିବାକୁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.