ସେବା ସମବାୟ ସମିତିରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଚାଷୀଙ୍କ କାଗଜପତ୍ର ପୋଡ଼ି ନଷ୍ଟ

ଅଗ୍ନିକାଣ୍ଡରେ ଜଳିଗଲା ସେବାସମବାୟ ସମିତି । ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସେବାସମବାୟ ସମିତିରେ ନିଆଁ ଲାଗିବାରୁ ଚାଷୀଙ୍କ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ସହ କଂପ୍ୟୁଟର ହାର୍ଡଡିକ୍ସ, ଆଲମିରା ଜଳିପୋଡି ନଷ୍ଟ ହୋଇଯାଇଛି ।

ଜଳେଶ୍ୱର (କେନ୍ୟୁଜ): ଅଗ୍ନିକାଣ୍ଡରେ ଜଳିଗଲା ସେବାସମବାୟ ସମିତି ।  ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ ।  ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସେବାସମବାୟ ସମିତିରେ ନିଆଁ ଲାଗିବାରୁ ଚାଷୀଙ୍କ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ସହ କଂପ୍ୟୁଟର ହାର୍ଡଡିକ୍ସ, ଆଲମିରା ଜଳିପୋଡି ନଷ୍ଟ ହୋଇଯାଇଛି ।  ଆଜି ଭୋର ପ୍ରାୟ ୩ଟା ବେଳେ କୌଣସି କାରଣ ଯୋଗୁ ସେବା ସମବାୟ ସମିତିରେ ନିଆଁ ଲାଗିଯାଇଥିଲା । ତେବେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।  ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି।

ଅନ୍ୟପଟେ ବିଭିନ୍ନ ଦାବି ପୂରଣ ନିମନ୍ତେ ଭୋଗରାଇଠାରେ ଚକପଳାସିଆ ସେବାସମବାୟ ସମିତି କର୍ମଚାରୀମାନେ ଧାରଣାରେ ଅଛନ୍ତି । ଘଟଣାର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.