ସି ଫୁଡ୍ ଅଫିସରେ ଅଗ୍ନିକାଣ୍ଡ, ୬ ଜଣ ସୁରକ୍ଷିତ ଉଦ୍ଧାର
ସି ଫୁଡ୍ ଅଫିସରେ ଅଗ୍ନିକାଣ୍ଡ। ବିଳମ୍ବିତ ରତିରେ ଭୁବନେଶ୍ବର ପଟିଆରେ ଥିବା ଏକ ସି ଫୁଡ ଅଫିସରେ ନିଆଁ ଲାଗିଯାଇଛି।ପ୍ରଥମେ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିବା ପରେ ଫାଷ୍ଟ ପ୍ଲୋର ଓ ସେକେଣ୍ଡ ଫ୍ରୋକୁ ବ୍ୟାପିଯାଇଥିଲା।

ଭୁବନେଶ୍ବର (କେନ୍ୟୁଜ): ସି ଫୁଡ୍ ଅଫିସରେ ଅଗ୍ନିକାଣ୍ଡ। ବିଳମ୍ବିତ ରତିରେ ଭୁବନେଶ୍ବର ପଟିଆରେ ଥିବା ଏକ ସି ଫୁଡ ଅଫିସରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ କୁ ଆୟତ୍ତ କରାଯାଇଛି।
ଖବର ଅନୁଯାୟୀ, ବିଳମ୍ବିତ ରାତି ୨ଟା ସମୟରେ ସର୍ଟ ସର୍କିଟ ଯୋଗୁ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର ଏବଂ ଫାଷ୍ଟ୍ ଫ୍ଲୋର ମଧ୍ୟରେ ଥିବା ସମସ୍ତ ଜିନିଷପତ୍ର ୫ଟି ଏସି ୟୁନିଟ, ଦୁଇଟି ବେଡ଼ ଏବଂ ଅଫିସ ଡ଼କ୍ୟୁମେଣ୍ଟ ଜଳି ପୋଡି ପାଉଁଶ ହୋଇଯାଇଛି। ନିଆଁ କବଳରୁ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପ୍ରଥମେ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିବା ପରେ ଫାଷ୍ଟ ପ୍ଲୋର ଓ ସେକେଣ୍ଡ ଫ୍ରୋକୁ ବ୍ୟାପିଯାଇଥିଲା।
କଲୋନୀର ସିକ୍ୟୁରିଟି ଗାର୍ଡ ପୋଲିସ୍ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଇନ୍ଫୋସିଟି୍ ଥାନା ପୋଲିସ, ଦୁଇଟି ପିସିଆର୍ ଟିମ୍ ସମେତ ଚନ୍ଦ୍ରଶେଖରପୁର ଏବଂ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀର ୩ଟି ୟୁନିଟ୍ ନିୟୋଜିତ ଥିଲେ । ଏକାଧିକ ଲୋକେ ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଲାଗିଥିଲା ୪ ଘଣ୍ଟାରୁ ଅଧିକ ସମୟ । ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି।