Below header

ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍‌ ପ୍ରଦାନରେ ଅନିୟମିତାତ ଅଭିଯୋଗର ତଦନ୍ତ କରିବେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ୟୁଜ୍):    ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍‌ ପ୍ରଦାନରେ ଅନିୟମିତାତ ଅଭିଯୋଗର ତଦନ୍ତ କରିବେ ରାଜ୍ୟ ସରକାର । ଏଥିପାଇଁ ଉଚ୍ଚସ୍ତରୀୟ ତିନି ଜଣିଆ କମିଟି କରିବେ ତଦନ୍ତ । କମିଟିରେ ରହିବେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ଓ ଗୃହ ସଚିବ । ଅଗ୍ନିସୁରକ୍ଷା ସାର୍ଟିଫିକେଟ ପ୍ରଦାନରେ ଅନିୟମିତତାର ଅନେକ ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗତକାଲି ଗୃହ ବିଭାଗ ଅଗ୍ନି ନିରୋଧ ଓ ନିରାପତ୍ତା ସଂଶୋଧିତ ଆଧିନିୟମ ୨୦୧୯ ଲାଗୁ କରିଛି । ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନି ସୁରକ୍ଷା ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ସଂକ୍ରାନ୍ତ ସଂପୂର୍ଣ୍ଣ ବ୍ୟବସ୍ଥା ଅନଲାଇନରେ ହେବ । ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ଦେବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.