ଖୋର୍ଦ୍ଧା ବେଗୁନିଆ ପରିଛଳ ଗାଁରେ ଗୁଳିକାଣ୍ଡ , ଜଣେ ଗୁରୁତର

ବେଗୁନିଆ(କେନ୍ୟୁଜ୍) : ଗାଁ ଦାଣ୍ଡରେ ଫୁଟିଲା ଗୁଳି। ଖୋର୍ଦ୍ଧା ବେଗୁନିଆ ପରିଛଳ ଗାଁରେ ଗୁଳିକାଣ୍ଡ। ଜାମୁସାହିର ସନ୍ତୋଷ କୁମାର ରାଉତରାୟ ଏକ ବାଇକ୍ରେ ଯାଉଥିବାବେଳେ ତାଙ୍କୁ ପିଛା କରି ଦୁଇ ଜଣ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ। ଗୁଳି ତାଙ୍କ ହାତରେ ବାଜିଥିଲା। ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳି ଫୁଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋିଯାଇଥିଲେ। ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ବେଗୁନିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।