Below header

ଶ୍ରୀମନ୍ଦିର ଭଳି ଧର୍ମାନୁଷ୍ଠାନର ସରକାର ପରିଚାଳନା କରୁଥିବା ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ପରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା

ପୁରୀ(କେନ୍ୟୁଜ୍): ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ପୁରୀ ଶ୍ରୀମନ୍ଦିର ଭଳି ଧର୍ମାନୁଷ୍ଠାନର ସରକାର ପରିଚାଳନା କରୁଥିବା ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ପରେ ଏନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ମାମଲାରେ ଶଙ୍କରାଚାର୍ଯ୍ୟ ପକ୍ଷଭୁକ୍ତ ହୋଇଥିବାରୁ ଶ୍ରୀମନ୍ଦିର ଦାୟିତ୍ୱ ସେ ନେବାରେ ଅସୁବିଧା କେଉଁଠି ରହିଲା ବୋଲି ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ମୁକ୍ତି ମଣ୍ଡପ ସଭାର ଉପସଭାପତି ଏ ସଂପର୍କରେ ମତଦେଇ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ମାମଲାରେ ପ୍ରତ୍ୟକ୍ଷ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି । ସେହିପରି ସେବାୟତମାନେ ମଧ୍ୟ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ପରିଚାଳନାରେ ରହିଲେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି । ତେବେ ଶ୍ରୀମନ୍ଦିର ଦୈନନ୍ଦିନ ପରିଚାଳନା ଏକ କଠିନ ବ୍ୟାପାର ହୋଇଥିବାରୁ ଏନେଇ ଆଲୋଚନା ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.