ଥକାପଣରୁ ଆରମ୍ଭ କରି ଉଚ୍ଚରକ୍ତଚାପ ସବୁକୁ ଦୂର କରିଥାଏ ସାଗୁ

ସାଧାରଣଃ କୌଣସି ଉପାସ ସମୟରେ ଅଧିକାଂଶ ଲୋକ ସାଗୁ ଦାନାରେ କ୍ଷୀରି, ଖେଚୁଡ଼ିର ସେବନ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି ଏହାର ସ୍ବାସ୍ଥ୍ୟା ସମ୍ବନ୍ଧୀୟ ଅନେକ ଫାଇଦା ମିଳିଥାଏ । କେବଳ ଉପବାସ ସମୟରେ ନୁହେଁ ବରଂ ସବୁଦିନ ଏହା ସେବନ କଲେ ଶରୀରକୁ ଅନେକ ଲାଭ ହୋଇଥାଏ। ସାଗୁ ଶରୀରକୁ ଏନର୍ଜି ଦେବା ସହ ହାଡ଼କୁ ମଜବୁତ କରିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସାଗୁ ଖାଇବା ଦ୍ବାରା ଶରୀରରେ କେଉଁ ଲାଭ ହୋଇଥାଏ। ଯାହା ଜାଣିବା ପରେ ଆପଣମାନେ ମଧ୍ୟ ଆଜିଠୁ ସାଗୁ ଖାଇବା ଆରମ୍ଭ କରିଦେବେ।

sabu୧୦୦ ଗ୍ରାମ ସାଗୁରେ ୩୫୦ କ୍ୟାଲୋରୀ ଏବଂ ୬୭ଗ୍ରାମ ଫ୍ୟାଟ ରହିଥାଏ। ଏହା ବ୍ୟତୀତ ଏଥିରେ ୮୫ ଗ୍ରାମ କାର୍ବ୍ସ , ୩ ଏମ ଜି ସୋଡିୟମ, ୧% କ୍ୟାଲସିୟମ ଏବଂ ୭% ଆଇରନ ରହିଥାଏ। ଏଥି ସହ ଆଣ୍ଟି-ଅକ୍ସିଡେଣ୍ଟ, କ୍ୟାଲସିୟମ, କପର, ଫାଇବର, ଭିଟାମିନ-ବି-୬, ବି-କପ୍ଲେକ୍ସ, ସୋଡିୟମ ଆଦି ରହିଥାଏ। ଉପବାସ ସମୟରେ ସାଗୁ ଖାଇବା ଦ୍ବାରା ପୁରା ଦିନ ଶରୀରରେ ଏନର୍ଜି ରହିଥାଏ ଏବଂ ଏଥି ସହ ଏହାର ସେବନ ଆବଶ୍ୟକୀୟ ପୋଷକ ତତ୍ତ୍ବ ମଧ୍ୟ ଦେଇଥାଏ।

ସାଗୁ ପୁରା ଦିନ ଶରୀରରେ ଏନର୍ଜି ଦେଇଥାଏ

ସକାଳର ଜଳଖିଆରେ ସାଗୁ ଦାନାରେ ତିଆରି ହୋଇଥିବା କୌଣସି ଜିନିଷ ଖାଇବା ଦ୍ବାରା ପୁରା ଦିନ ଶରୀରରେ ଏନର୍ଜି ରହିଥାଏ। ଭିଟାମିନ, ମିନେରାଲ୍ସ,, କାର୍ବ୍ସ ଏବଂ କାବ୍ରୋହାଇଡ୍ରେଡ୍ ରହିଥିବାରୁ ଏହା ଶରୀରରେ ତୁରନ୍ତ ଏନର୍ଜି ଆସିଥାଏ। ଏହାଛଡ଼ା ଏହାକୁ ଖାଇବା ଦ୍ବାରା ବହୁ ସମୟ ପର‌୍ୟ୍ୟନ୍ତ ପେଟ ଭର୍ତ୍ତି ରହିଥାଏ। ସାଗୁରେ ଫାଇବର ଏବଂ କାର୍ବ୍ସ ପ୍ରଚୁର ମାତ୍ରାରେ ରହିଥିବାରୁ ଏହାକୁ ସେବନ କଲେ ବହୁ ସମୟ ପର‌୍ୟ୍ୟନ୍ତ ଭୋକ ଲାଗିନଥାଏ। ଏହାକୁ ସେବନ କରିବା ଦ୍ବାରା କବଜ, ଗ୍ୟାସ ଆଦି ସମସ୍ୟା ଦୂର ହୋଇଥାଏ।

health-benefitsଗରମରୁ ରକ୍ଷା କରିଥାଏ

ପ୍ରାୟତଃ ଉପବାସ ସମୟରେ ଅତ୍ୟଧିକ ଗରମ ଲାଗିଥାଏ। ଏହି ସମୟରେ ସାଗୁ ଦାନାରେ ଖେଚୁଡି ପ୍ରସ୍ତୁତ କରି ସେବନ କରିବା ଦ୍ବାରା ଗରମ ଦୂର ହୋଇଥାଏ ଏବଂ ଏହା ଶରୀରକୁ ସତେଜ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

ହଜମ ପକ୍ରିୟା ସହଜ ହୋଇଥାଏ

ଉପବାସ ଦିନ ଅତ୍ୟଧିକ ଖାଦ୍ୟ ଖାଇବା ଦ୍ବାରା କେବଳ ନିଦ ଆସି ନଥାଏ ବରଂ ଗ୍ୟାସଟିକ ସମସ୍ୟା ମଧ୍ୟ ଦେଖାଦେଇଥାଏ। କିନ୍ତୁ ସାଗୁ ଦାନା ହଜମ କରିବାରେ ସହଜ ହୋଇଥାଏ। ଏହା ଶରୀରରେ ଶକ୍ତି ଦେବା ସହ ପେଟ ଫୁଲିବା, ଗ୍ୟାସ, ଅପଚ ଏବଂ କବଜ ସମସ୍ୟା ଦୂର ହୋଇଥାଏ।

ଶରୀରରେ ରକ୍ତ ବଢାଇଥାଏ

ସାଗୁରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ। ଯାହା ଦ୍ବାରା ଶରୀରରେ ରେଡ ବ୍ଲଡ ସେଲ୍ସ ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି ତେବେ ତୁରନ୍ତ ଆପଣ ଖାଦ୍ୟରେ ସାଗୁ ସାମିଲ କରନ୍ତୁ।

sabu-ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ

ଯଦି ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ସାଗୁ ଆପଣଙ୍କ ପାଇଁ ବେଷ୍ଟ ଖାଦ୍ୟ। ଏଥିରେ ପ୍ରଚୁର ମାତ୍ରାରେ ଫ୍ୟାଟ ଏବଂ କ୍ୟାଲୋରୀ ରହିଥାଏ, ଯାହା ଖାଇବା ଦ୍ବାରା ଶରୀରର ଓଜନ ଜଲଦି ବଢିବାରେ ସାହାଯ୍ୟ କରିଥାଏ।

ଉଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ

ଯଦି ଆପଣଙ୍କର ଉଚ ରକ୍ତଚାପର ସମସ୍ୟା ରହିଥିାଏ ତେବେ ସାଗୁ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ସାଗୁଦାନା ଶରୀରରେ ରକ୍ତ ସଂଞ୍ଚାଳନ ସଠିକ ରୂପେ କରିଥାଏ। ଏହି କାରଣରୁ ଉଚ ରକ୍ତଚାପ ଥିବା ବ୍ୟକ୍ତିମାନେ ନିଶ୍ଚିନ୍ତ ସାଗୁ ଖାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.