ଓଡ଼ିଶା ପୋଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ ପରେ ବିଜୟ କୁମାର ଶର୍ମାଙ୍କ ପ୍ରଥମ ବୈଠକ
ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ପୋଲିସ ଡିଜି ଭାବରେ ବିଜୟ କୁମାର ଶର୍ମାଙ୍କ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ବୈଠକ। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ-ପବ୍ଲିକ ସମ୍ପର୍କ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପୋଲିସ ଡିଜି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରୟ, ଏଡିଜି ଅପରେସନ୍ ଆର୍. ପି. କୋଚେ, ଆଇନ ଶୃଙ୍ଖଳା ଏଡିଜି ସଞ୍ଜୀବ ପଣ୍ଡା, ଗୁଇନ୍ଦା ଏଡିଜି ଆର୍. କେ. ଶର୍ମା, ଏସ୍ଆଇଡବ୍ଲ୍ୁ ଆଇଜି ଘନଶ୍ୟାମ ଉପାଧ୍ୟାୟ, ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓ ଭୁବନେଶ୍ୱର ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି।