Below header

ଦିଲ୍ଲୀ ଷ୍ଟେସନରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ

ନୂଆଦିଲ୍ଲୀ(କେନ୍ୟୁଜ୍): ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ। ୫ ଘଣ୍ଟା ବିଳମ୍ବରେ ଆଜି ସକାଳ ପାଖାପାଖି ୮ଟା ୧୫ ମିନିଟରେ ଦିଲ୍ଲୀ ଷ୍ଟେସନରେ ପହଞ୍ଚିଥିଲା ଟ୍ରେନ୍‌। ଷ୍ଟେସନରେ ନିଜ ଆତ୍ମୀୟ ଓ ପରିଜନଙ୍କୁ ଦେଖି ବେଶ ଖୁସି ହୋଇଥିଲେ ଯାତ୍ରୀ। ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା। କେହି କେହି କାନ୍ଦି ବି ପକାଇଥିଲେ। ସୁରକ୍ଷିତ ଭାବରେ ପହଞ୍ଚିଥିବାରୁ ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଟ୍ରେନରେ ଆସିଥିବା ଯାତ୍ରୀ। ସମଝୌତା ଟ୍ରେନରେ ଥିଲେ ୭୬ ଜଣ ଭାରତୀୟ ଓ ୪୧ ଜଣ ପାକିସ୍ତାନ ଯାତ୍ରୀ। ଜମ୍ମୁ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଓ ୩୫ ଏ କୁ ଉଚ୍ଛଦ କରିବା ପରେ ପାକିସ୍ତାନ ଓ ଭାରତର ସମ୍ପର୍କକୁ ଯୋଡୁଥିବା ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି ପାକିସ୍ତାନ। ଗତକାଲି ଲାହୋରରୁ ଓ୍ଵାଘା ବୋର୍ଡର ଅଭିମୁଖେ ଆସିବା ବେଳେ ଅଟ୍ଟାରି ସୀମା ପାର କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ପାକିସ୍ତାନ ପାଇଲଟ୍‌। ଏହାପରେ ଭାରତରୁ ଇଞ୍ଜିନ ଓ ପାଇଲଟ୍‌ ଯାଇ ସମଝୌତା ଏକ୍ସପ୍ରେସକୁ ଦିଲ୍ଲୀ ଆଣିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.