କ୍ରିସ ଗେଲ ଏବଂ ଷ୍ଟାଡିୟମ ଷ୍ଟାଫଙ୍କ ସହିତ ଡ୍ୟାନ୍ସ କଲେ ବିରାଟ କୋହଲୀ, ଦେଖନ୍ତୁ ଭିଡିଓ

ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଗଏନାରେ ଖେଳା ଯାାଉଥିବା ମ୍ୟାଚରେ ଫ୍ୟାନ୍ସ ବିରାଟ କୋହଲୀଙ୍କ ବ୍ୟାଟିଂ ନଦେଖିପାରନ୍ତୁ କିନ୍ତୁ ତାଙ୍କ ଡ୍ୟାନସ୍‌ ନିଶ୍ଚୟ ଦେଖିଥିବେ। ଗଏନାରେ ଖେଳା ଯାଇଥିବା ଓ୍ଵାନଡେ ମ୍ୟାଚରେ କ୍ୟାପଟେନ କୋହଲୀ ପଡିଆ ମଝିରେ ଡ୍ୟାନ୍ସ କରୁଥିବାର ଦେଖବାକୁ ମିଳିଥିଲା।

ବର୍ଷା ହେବା ପରେ ଯେତେବେଳେ ଟିମ ଇଣ୍ଡିଆ ମଇଦାନକୁ ଓହ୍ଲାଇଥିଲା ସେତେବେଳେ ଗ୍ରାଉଣ୍ଡମ୍ୟାନ୍‌ ମଇଦାନକୁ ଠିକ କରୁଥିଲେ। ଏହି ସମୟରେ ବିରାଟ କୋହାଲୀ ଅଚାନକ ଭାଙ୍ଗଡା କରିବାକୁ ଲାଗିଲେ। ବିରାଟ ଷ୍ଟାଡିୟମର କର୍ମଚାରୀଙ୍କ ସହିତ ଡ୍ୟାନ୍ସ କରିଥିଲେ।

ନିଶ୍ଚିତ ପଢନ୍ତୁ : ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ସରିବା ପରେ କାହିଁକି ଋଷଭ ପନ୍ଥକୁ କ୍ଷମା ମାଗିଲେ ରୋହିତ ଶର୍ମା !

ଏହାପରେ ୱେଷ୍ଟଇଣ୍ଡିଜର ବିଷ୍ଫୋଟକ ଓପନର କ୍ରିସ ଗେଲଙ୍କ ସହିତ ମଧ୍ୟ ନାଚିଥିଲେ। ବିରାଟ କୋହଲୀଙ୍କ ସହତ ଯାଧବ ମଧ୍ୟ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ। ବିରାଟ କୋହଲୀଙ୍କର ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରଥମଥର ପାଇଁ ବିରାଟ କୋହଲୀ ପଡିଆରେ ଡ୍ୟାନ୍ସ କରୁନାହାନ୍ତି ଏହାପୂର୍ବରୁ ମଧ୍ୟ ସେ ଅନେକ ଥର ପଡିଆ ମଝିରେ ଡ୍ୟାନ୍ସ କରୁଥିବାର ନଜର ଆସିସାରିଛନ୍ତି। ବିରାଟ କୋହଲୀ ମ୍ୟାଚ ସମୟରେ ଗମ୍ଭୀର ରହିଥାନ୍ତି କିନ୍ତୁ ବ୍ରେକ ସମୟରେ ତାଙ୍କ ମୁଡ୍‌ ହାଲକା ହେବାର ଦେଖାଯାଏ ଏବଂ ସେ ଖେଳାକୁ ଉପଭୋଗ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.