କିଟ୍‌ରେ ହେବ ଦେଶର ପ୍ରଥମ ନ୍ୟାସନଲା ଭଲିବଲ ଏକାଡେମୀ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ରେ ହେବ ଦେଶର ପ୍ରଥମ ନ୍ୟାସନଲା ଭଲିବଲ ଏକାଡେମୀ । ଏହାସହ କନ୍ଧମାଳରେ ହେବ ଓଡ଼ଶାର ପ୍ରଥମ ରାଜ୍ୟ ଭଲିବଲ ଏକାଡେମୀ । କେବଳ ଏତିକି ନୁହଁ କନ୍ଧମାଳରେ ଅନୁଷ୍ଠିତ ହେବ ଷ୍ଟେଟ୍‌ ଭଲିବଲ ଚାମ୍ପିଅନ୍‌ସିପ୍‌। କଟକ ବାରବାଟୀ ଷ୍ଟାଡିୟମ ଓସିଏ କନ୍‌ଫରେନ୍‌ସ ହଲରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଭଲିବଲ ଆସୋସିଏସନର ବାର୍ଷିକ ସାଧାରଣ ଓ କାର୍ଯ୍ୟକାରୀ ପରିଷଦ ବୈଠକ। ଏହାର ଅଧ୍ୟକ୍ଷତା କରିଥିଲେ OVA ସଭାପତି ଇଞ୍ଜିିନିୟର ସୁବୋଧ କୁମାର ରାଉତରାୟ।

ଉପସ୍ଥିତ ଥିଲେ OVAର ସାଧାରଣ ସମ୍ପାଦକ ଡ.ଗଗନେନ୍ଦୁ ଦାଶ ଓ ଅନ୍ୟ ପଦାଧିକାରୀ। ଏହି ଅବସରରେ ଡ.ଗଗନେନ୍ଦୁ ଦାସ ଓଭିଏ ସଦସ୍ୟମାନଙ୍କୁ ତରଫରୁ ରାଜ୍ୟରେ ଭଲିବଲର ପ୍ରୋତ୍ସାହନ ପାଇଁ କନ୍ଧମାଳ ସାଂସଦ ତଥା ଭଲିବଲ ଫେଡେରେସନ ଅଫ ଇଣ୍ଡିର ସଭାପତି ଡ.ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଥିଲେ।

ଭଲିବଲ ଫେଡେରନ ଅଫ ଇଣ୍ଡିଆର ସଭାପତି ଦାୟିତ୍ୱ ନେବାପରଠାରୁ ଡ.ସାମନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ଅନ୍ୟ ରାଜ୍ୟରେ ତୃଣମୂଳ ସ୍ତରରେ ଭଲିବଲର ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ରରେ ୫ଟି ଫ୍ଲଡ ଲାଇଟ୍‌ ଭଲିବଲ କୋର୍ଟ ପାଇଁ ବ୍ୟବସ୍ଥା ହୋଇଛି। ଭଲିବଲ୍‌ ଖେଳାଳିଙ୍କ ଉନ୍ନତି ପାଇଁ କିଟ୍‌ରେ ଏକ ଜାତୀୟ ଭଲିବଲ ଏକାଡେମୀ ହେବ। ସେହିପରି ଓଡ଼ିଶାର ୧୪ରୁ ୧୮ ବର୍ଷର ଖେଳାଳିଙ୍କ ଉନ୍ନତି ପାଇଁ କନ୍ଧମାଳରେ ଏକ ରାଜ୍ୟ ଭଲିବଲ ଏକାଡେମୀ ପ୍ରତିଷ୍ଠା ହେବ।

ଡ.ଅଚ୍ୟୁତ ସାମନ୍ତ ଦେଶରେ ରଗ୍‌ବୀ ଓ ଚେସ୍‌ର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଓଡ଼ିଶାର ଗ୍ରାମାଞ୍ଚଳରେ ଭଲିବଲ ଏକ ଲୋକପ୍ରିୟ ଖେଳ। ତେଣୁ ଭଲିବଲ ଫେଡେରେସନ ଅଫ ଇଣ୍ଡିଆ ସଭାପତି ଭାବେ ଡ.ଅଚ୍ୟୁତ ସାମନ୍ତ ଏହି ଖେଳକୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ରାଜ୍ୟ ଭଲିବଲ ଆସୋସିଏନର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆସନ୍ତା ନଭେମ୍ବର ମାସରେ କନ୍ଧମାଳରରେ ରାଜ୍ୟ ଭଲିବଲ ଚାମ୍ପିଅନସିପ୍‌ ଆୟୋଜନ ଉପରେ ଆଲୋଚନା ହୋଇଥିଲା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.