Below header

ହାଡ଼ ମଜବୁତ ପାଇଁ କେବଳ କ୍ୟାଲସିୟମ ନୁହେଁ, ଏହି ୪ଟି ଜିନିଷ ନେବା ନିହାତି ଜରୁରୀ

ହେଲ୍‌ଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଅଧିକ କ୍ୟାଲସିୟମ ସେବନ ଦ୍ୱାରା ହାର୍ଟ ଓ କିଡନୀକୁ କ୍ଷତି ପହଞ୍ଚାଇପାରେ । ଅଧିକ କ୍ୟାଲସିୟମ ହାର୍ଟ ଓ କିଡନୀ ପାଇଁ କ୍ଷତିକାରକ ହୋଇଥାଏ । କ୍ୟାଲସିୟମ ହାଡ଼ ମଜବୁତ ପାଇଁ ଜରୁରୀ ହୋଇପାରେ ତେବେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ବୋନ ଡେନସିଟି ପାଇଁ କ୍ୟାଲସିୟମ ବ୍ୟତୀତ ଏହି ୪ଟି ଜିନିଷ ଜରୁରୀ ଅଟେ ।

ଅଧିକାଂଶ ଲୋକେ ନିଜର ବୋନ ଡେନସିଟି ପାଇଁ ଧ୍ୟାନ ଦିଅନ୍ତି ନାହିଁ । କିଛି ଭାବନ୍ତି ଯେ ହାଡ଼ ପାଇଁ କେବଳ କ୍ୟାଲସିୟମ ଜରୁରୀ ଅଟେ । ତେଣୁ ସେମାନେ କ୍ୟାଲସିୟମ ସପ୍ଲିମେଣ୍ଟ ନେଇଥାନ୍ତି । ମାତ୍ର ହାଡ଼ ପାଇଁ କେବଳ କ୍ୟାଲସିୟମ ନୁହେଁ ଏହି ୪ ଟି ଜିନିଷ ଜରୁରୀ ହୋଇଥାଏ ।

ଭିଟାମିନ D3 (Vitamin D3) : ଶରୀରରେ ଅଧିକ ମାତ୍ରା କ୍ୟାଲସିୟମ ଅବଶୋଷ ହୋଇନଥାଏ । ତେଣୁ କ୍ୟାଲସିୟମର ଅଧିକ ଡୋଜ ନେବାରେ କୌଣସି ଫାଇଦା ହୋଇନଥାଏ । ତେଣୁ କ୍ୟାଲସିୟମ ସହ ଭିଟାମିନ D3 ନିଅନ୍ତୁ ।

ମାଗ୍ନେସିୟମ,ଜିଙ୍କ୍‌ ଓ ଭିଟାମିନ K2 (Magnesium, zinc and vitamin K2) : ହାଡ଼ ମଜବୁତ ପାଇଁ ଆପଣଙ୍କୁ ମାଗ୍ନେସିୟମ୍‌, ଜିଙ୍କ ଓ ଭିଟାମିନ K2 ହାଡ଼ର ଘନତ୍ୱ ବଢ଼ାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣ ସନ୍ତୁଳିତ ଭୋଜନ ନିଅନ୍ତି ତ ଆପଣଙ୍କୁ ଏହି ଭିଟାମିନର ଅଭାବ ପଡ଼ିବ ନାହିଁ ।

ପ୍ରୋଟିନ : ହାଡ଼ର ଅତି କମରେ ୫୦ ପ୍ରତିଶତ ଭାଗ ପ୍ରୋଟିନରେ ତିଆରି ହୋଇଥାଏ । ପ୍ରୋଟିନ କେବଳ ମାଂସପେଶୀ ନିର୍ମାଣରେ ସାହାଯ୍ୟ କରିଥାଏ ଭାବିବା ଭୁଲ୍‌ । ଭୋଜନରେ ୬ ରଙ୍ଗର ଫଳ ସାମିଲ କରନ୍ତୁ । ହାଡ଼ ମଜବୁତ ପାଇଁ ପତ୍ରଥିବା ପରିବା, ମାଛ ଓ ଦୁଗ୍ଧଜାତ ଖାଦ୍ୟ ଖାଆନ୍ତୁ ।

ଭିଟାମିନ ସି : ସାଧାରଣତଃ ଲୋକେ ଭିଟାମିନ ସି କେବଳ ଇମ୍ୟୁନିଟ ବଢ଼ାଇବା ପାଇଁ ଖାଇଥାନ୍ତି । ମାତ୍ର ଏହା ହାଡ଼ ର କୋଷକୁ ମଜବୁତ କରିଥାଏ । ତେଣୁ ଆପଣଙ୍କ ଖାଦ୍ୟରେ ସନ୍ତୁର, ଲେମ୍ବୁ ପାଣି, ଶିମଲା ମିର୍ଚ, ଷ୍ଟ୍ରବେରୀ ଏବଂ ବ୍ରୋକୋଲି ମାଧ୍ୟମରେ ଭିଟାମିନ ସି ବଢ଼ାଇବା ପାଇଁ ଚେଷ୍ଟା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.