ଗଜପତି: ଗ୍ରାନାଇଟ ବୋଝେଇ ଟ୍ରକରୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ  

ମୋହନା(କେନ୍ୟୁଜ୍): ଗଜପତି  ଜିଲ୍ଲା ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା । ଅଡବା ପୋଲିସର ପେଟ୍ରୋଲିଙ୍ଗ ବେଳେ ମାନ୍ଦ୍ରାବାଜୁ ଛକ ନିକଟରେ ଏକ ଉତ୍ତରପ୍ରଦେଶ ରେଜିଷ୍ଟେସନ ଟ୍ରକଙ୍କୁ ସନ୍ଦେହ କରି ଅଟକାଇଥିଲା । ପୋଲିସ ଟ୍ରକଟିକୁ ଯାଞ୍ଚ କରିବାବେଳେ ସେଥିରୁ ୭୦ଟି ବସ୍ତାରେ ଗଞ୍ଜେଇ ଜରି ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ ।

ganja seozed

ଘଟଣା ସ୍ଥଳରୁ ଟ୍ରକଟିକୁ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଟ୍ରକର ଡ୍ରାଇଭର ଓ ହେଲପେରକୁ ଗିରଫ କରିଛି ଅଡବା ପୋଲିସ ।  ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରିବାରୁ ୨୦କୁଇଣ୍ଟାଲ ୨୦ କେଜି ୮୦୦ ଗ୍ରାମ ହୋଇଥିଲା  ।  ଉକ୍ତ ଗଞ୍ଜେଇ ଅଡବା ଅଂଚଳରୁ ଉତ୍ତରପ୍ରଦେଶକୁ ଚଲାଣ ହେଉଥିବାବେଳେ ଯାହାର ଆନୁମାନିକ ବଜାର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି ଆର. ଉଦୟଗିରି ଏସଡିପିଓ  ଦିଲ୍ଲୀପ କୁମାର ନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.