ହାଡ଼ ଭଙ୍ଗା ଜାଡ଼ରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା: ଦାରିଙ୍ଗବାଡିରେ ପ୍ରଥମ ତୁଷାରପାତ, ଆଗାମୀ ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 

ଭୁବନେଶ୍ବର: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ପ୍ରଥମ ତୁଷାରପାତ। ତାପମାତ୍ରା ଖସୁଥିବାରୁ ବଢିବାରେ ଲାଗିଛି ଶୀତ। ୫ ଡିଗ୍ରୀ ତଳକୁ ଖସିଆସିଛି ତାପମାତ୍ରା। ସକାଳ ୯ଟା ଯାଏ ଘନ କୁହୁଡି ଲାଗି ରହୁଛି। ହାଡ଼ ଭଙ୍ଗା ଜାଡ଼ରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ଦୁଇ ଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତର ଲହରି ଜାରି ରହିବ । ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

fogଆଗାମୀ ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଢେଙ୍କାନାଳ ଏବଂ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୧୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍‌ ରହିବା ସମ୍ଭାବନା ରହିଛି । ଗତକାଲି  ୫ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା  ଫୁଲବାଣୀ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.