Below header

କଇଁଚ ସୁରକ୍ଷା ପାଇଁ ଗହୀରମଥାରେ କଟକଣା, ପ୍ରଜନନ ପାଇଁ ଆସିଲେଣି ବିରଳ ଅଲିଭ ରିଡଲେ

ରାଜନଗର: ଏବେ ପ୍ରଜନନର ସମୟ । ନଭେମ୍ବରରୁ ଗହୀରମଥାକୁ ପ୍ରଜନନ ପାଇଁ ଆସିଥାନ୍ତି ବିରଳ ଅଲିଭ ରିଡଲେ । ଏମାନଙ୍କ ସୁରକ୍ଷା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଧାମରାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ୨୦ କିମି ଯାଏ ଯନ୍ତ୍ରଚାଳିତ ବୋଟ୍‌ ନିଷିଦ୍ଧ । ନଭେମ୍ବର ୧ରୁ ଆସନ୍ତା ମେ ମାସ ୩୧ ତାରିଖ ଯାଏ ୭ ମାସ ପାଇଁ କଟକଣା । କଇଁଛଙ୍କ ସୁରକ୍ଷା ପାଇଁ ହୋଇଛି ୧୪ଟି କ୍ୟାମ୍ପ । ବାବୁବାଲି ଓ ଅଗରନାଶିରେ ୨ଟି ସ୍ଥାୟୀ କ୍ୟାମ୍ପ ସହ ୨ଟି ସ୍ପିଡ୍‌ ବୋଟ୍‌ ସହ ନିୟୋଜିତ ଅଛନ୍ତି ୬୦ରୁ ଅଧିକ କର୍ମଚାରୀ । ଗତବର୍ଷ ଗହିରମଥାରେ ବେଆଇନ ଭାବେ ମାଛ ମାରି ଶହେରୁ ଅଧିକ ଟ୍ରଲର ସହ ୫ ଶହରୁ ଅଧିକ ମତ୍ସ୍ୟଜୀବୀ ଗିରଫ ହୋଇଥିଲେ ।

ଏପଟେ ପାରାଦୀପ ସମୁଦ୍ର ତଟରେ ମାଛଧରା ଉପରେ କଟକଣା । ସମୁଦ୍ର କୂଳରୁ ୨୨ କିମି ପର୍ଯ୍ୟନ୍ତ ସାତ ମାସ ପାଇଁ ଫିସିଙ୍ଗ ମନା । ଆଉ କଟକଣା ଲାଗୁ ପରେ ଆଶଙ୍କାରେ ୧୦ ହଜାରରୁ ଅଧିକ ମତ୍ସଜୀବୀ । ରୋଜଗାର ପାଇଁ ଅନ୍ୟ ପନ୍ଥା ନଥିବାରୁ ଏମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କଟକଣା କୋହଳ ସହ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.