ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବ୍ରହ୍ମଗିରି ଗାଁ ୫ଦିନ ପାଇଁ ସଟ୍ ଡାଉନ୍ ଘୋଷଣା

ବ୍ରହ୍ମଗିରି: କରୋନା ଭାଇରସ୍ ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହା ଭିତରେ ଓଡିଶାରେ ମଧ୍ଯ ଏହା ଦିନକୁ ଦିନ ନିଜର ରୂପ ଦେଖାଉଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ୍ ବ୍ରହ୍ମଗିରି ଗ୍ରାମପଞ୍ଚାୟତର ବ୍ରହ୍ମଗିରି ଗାଁରୁ ଗତକାଲି ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଆଜି ଉକ୍ତ ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରିଦିଆଯାଇଛି ।

ଏନେଇ ସରପଞ୍ଚ ମଧୁସ୍ମିତା ସାହୁ ସ୍ଥାନୀୟ ପ୍ରଶାସନ,ତହସିଲଦାର ଓ ବିଡିଓଙ୍କ ପରାମର୍ଶ କ୍ରମେ ଆଜି ଦିନ ୧୦ଟାରୁ ଆସନ୍ତା ସୋମବାର ସକାଳ ୯ଟା ପର୍ଯ୍ଯନ୍ତ ବ୍ରହ୍ମଗିରି ଗାଁର ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ କରିଛନ୍ତି । ବନ୍ଦ ବେଳେ ଘଟଣାସ୍ଥଳରେ ବ୍ରହ୍ମଗିରି ଆର୍,ଆଇ ଏବଂ ସରପଞ୍ଚ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.