Below header

କରୋନାକୁ ମାତ୍‌ ଦେବ ଏହି ଔଷଧ, ୩୫ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ଦାବି

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ର ଔଷଧ ଏପର୍ଯ୍ୟନ୍ତ ବାହାରିପାରିନାହିଁ। ଏଣୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଇତି ମଧ୍ୟରେ ବ୍ରିଟିଶ୍‌ ବୈଜ୍ଞାନିକମାନେ କରୋନା ଟୀକା ବାହାର କରିଥିବା ନେଇ ଦାବି କରିଛନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ ଡେକ୍ସାମେଥାସୋନ୍‌ ନାମକ ଷ୍ଟେରାଇଡ୍‌ ବ୍ୟବହାର କରି ସଂକ୍ରମିତ ରୋଗୀଙ୍କ ମୃତ୍ୟୁହାର ଏକ-ତୃତୀୟାଂଶ ପର୍ଯ୍ୟନ୍ତ କମାଯାଇପାରିଛି। ଏନେଇ ଖୁବ୍‌ଶୀଘ୍ର ରିସର୍ଚ୍ଚ ପେପର ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

What is Dexamethasone? | What Is News,The Indian Express

ରିସର୍ଚ୍ଚ ମୁତାବକ ଏହି ମେଡିସିନ୍‌କୁ ୨୧୦୪ ଜଣ ରୋଗୀଙ୍କୁ ଦିଆଯାଇଛି। ସେମାନଙ୍କ ତୁଳନା ସାଧାରଣ ଭାବେ ଚିକିତ୍ସିତ ହେଉଥିବା ୪୩୨୧ ଜଣଙ୍କ ସହ କରାଯାଇଛି। ମେଡିସିନ୍‌ ବ୍ୟବହାର କରିବା ପରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ମୃତ୍ୟୁହାର ୩୫ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପଟେ ଯେଉଁମାନଙ୍କୁ ଅକ୍ସିଜେନ୍‌ ଦିଆଯାଇଥିଲା ସେମାନଙ୍କ ମୃତ୍ୟୁକୁ ମଧ୍ୟ ୨୦ ପ୍ରତିଶତ କମାଯାଇପାରିଥିବା ସୂଚନା ମିଳିଛି।

Dexamethasone Coronavirus Drug: Covid-19 Dexamethasone Tablet ...

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ପିଟର ହୋର୍ବୀଙ୍କ କହିବାନୁସାରେ ଏହି ମେଡିସିନ୍‌ ରୋଗୀଙ୍କ ଶରୀରରେ ସକରାତ୍ମକ ପ୍ରଭାବ ପକାଇବା ନିହାତି ଭାବେ ଏକ ଖୁସି ଖବର। କରୋନା ମୃତ୍ୟୁହାର କମ୍‌ କରିବାରେ ଏହା ସଫଳ ହୋଇଛି। ଏଣୁ ଆଗକୁ ମଧ୍ୟ ରୋଗୀଙ୍କୁ ଡେକ୍ସାମେଥାସୋନ୍‌ ଦେବା ଉପରେ ବୈଜ୍ଞାନିକମାନେ ଗୁରୁତ୍ୱାରୋପ କରିଥିବା ଦେଖିବାକୁ ମିଳିଛି। ଏଥିସହ ଏହାର ଦାମ୍‌ ମଧ୍ୟ ଅନ୍ୟ ମେଡିସିନ୍‌ ତୁଳନାରେ କମ୍‌ ଥିବାରୁ ସବୁ ବର୍ଗର ଲୋକ ନେଇପାରିବେ ବୋଲି ବୈଜ୍ଞାନିକମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.