Below header

୫ଟି ମହାନଗର ନିଗମରେ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ, ୧୮-୪୪ ବର୍ଷ ବର୍ଗଙ୍କୁ ଟିକାଦାନ ପାଇଁ ବଢିଲା ଅଞ୍ଚଳ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟର ୫ଟି ମହାନଗର ନିଗମରେ କେବଳ ୧୮-୪୪ ବର୍ଷ ବର୍ଗଙ୍କୁ ଟିକା ଦିଆଯିବ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ କରାଯିବ । ଏହାସହ ଯେଉଁ ଜିଲ୍ଲାରେ ପଜିଟିଭ୍‌ ହାର ଅଧିକ ରହିଛି ସେଠାରେ ବି ୧୮-୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମାହାପାତ୍ର । ନିର୍ମାତା କମ୍ପାନୀଠାରୁ ସ୍ୱଳ୍ପ ଟିକା ଯୋଗାଣ ଯୋଗୁ କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲିବ ।

ପରେ ଟିକା ଯୋଗାଣ ସ୍ୱାଭାବିକ ହେଲେ ଅନ୍ୟ ସବୁ ଜିଲ୍ଲାରେ ଦିଆଯିବ ଟିକା । ସକାଳ ୮ରୁ ଗୋଟାଏ ୧୮-୪୪ ବର୍ଷ ଲୋକଙ୍କୁ ଟିକା ଦିଆଯିବ । ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ । ସେହିପିର ଘରୋଇ ହସ୍ପିଟାଲରେ ରାଜ୍ୟ ସରକାର ଟିକାକରଣ କେନ୍ଦ୍ର ଖୋଲିବେ । ସେଠାରେ ଟିକା ମାଗଣା । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଡୋଜ୍‌ ପିଛା ଶହେ ଟଙ୍କା ସର୍ଭିସ ଚାର୍ଜ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.