ସଟଡାଉନ ବେଳେ ବେଧଡ଼କ ଚାଲିଥିଲା ଦେଶୀ ମଦ ବେପାର, ଦୁଇ ବେପାରୀଙ୍କୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ସଟଡାଉନ ବେଳେ ଦେଶୀ ମଦ ବିକ୍ରି। ଅନ୍ୟ କେଉଁ ସ୍ଥାନ ନୁହେଁ ବରଂ ରାଜଧାନୀ ଭୁବନେଶ୍ବରର ଏଭଳି ଘଟଣା ସାମ୍ନାକୁ ଆସିଛି। ଖାରବେଳ ଥାନା ଅନ୍ତର୍ଗତ ରାମ ମନ୍ଦିର ନିକଟରେ ଆଜି ସଡ ଡାଉନ୍ ପାଇଁ ତନଖି ଚାଲିଥିବା ବେଳେ ଟଲି ରିକ୍ସାରେ ଦୁଇଜଣ ବ୍ୟକ୍ତି ଦେଶୀ ମଦ ନେଉଥିଲେ। ଏହି ସମୟରେ ପୋଲିସ ହାତରେ ସେମାନେ ଧରା ପଡ଼ିଥିଲେ।

liqour

ସେମାନଙ୍କ ଠାରୁ ୧୮୨ ଲିଟର ଦେଶୀ ମଦ ଜବତ କରିଥିଲା ଖାରବେଳ ଥାନା ପୋଲିସ୍।ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି ଜେଲକୁ ପଠାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କ ନାମ ବିଜୁ ବେହେରା ଓ ଅନ୍ୟ ଜଣେ ମୋଜା ମିଲ୍ ଲାଇକ।ଉଭୟ ଖାରବେଳ ଥାନା ଅଧୀନରେ ଥିବା ୟୁନିଟ୍ ୩ ମସଜିଦ କଲୋନୀର ବୋଲି ଜଣା ପଡିଛି।ଏହି ଦୁଇଜଣ ବ୍ୟକ୍ତି ସବୁଠାରୁ ପୁରୁଣା ମଦ ବ୍ୟବସାୟୀ ବୋଲି ପୋଲିସ କହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.