ଗଜପତି: ତହସିଲଦାର ଏବଂ ଥାନା କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ୯୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ମାମଲା

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଶୁକ୍ରବାର ତହସିଲଦାର ଏବଂ ଥାନା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୯୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ।  ୯ ଜଣ ପରିଚିତ ବ୍ୟକ୍ତିଙ୍କ ସମେତ ୯୦ରୁ ଉର୍ଦ୍ଧ ପରିଚୟ ନଥିବା ଗ୍ରାମବାସୀଙ୍କ ନାମରେ ଆର. ଉଦୟଗିରି ଥାନାରେ ମାମଲା ରୁଜୁ କରିଛି।  ଏନେଇ ସୂଚନା ଦେଇଛନ୍ତି ପୋଲିସ SDPO ଦିଲ୍ଲୀପ କୁମାର ନାୟକ lmohana 3

ସୂଚନା ଯୋଗ୍ୟ ଯେ,ଗତକାଲି ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଏକ ଭୋଜି କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ଆର. ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଏବଂ କିଛି ଥାନା କର୍ମଚାରୀ l   ପ୍ରାୟ ୧୦୦ରୁ ଉର୍ଦ୍ଧ ଗ୍ରାମବାସୀ ତହସିଲଦାରଙ୍କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପଥର ଏବଂ କାଠ ଫାଳିଆରେ ଆକ୍ରମଣ କରିଥିଲେ। ତେଵେ ମାମଲା ରୁଜୁ ହୋଇଥିବା ୯ ଜଣ ବ୍ୟକ୍ତିଙ୍କ ସମେତ ଅନ୍ୟ ସହଯୋଗୀମାନେ ଗ୍ରାମରୁ ଗାଏବ ହୋଇଯାଇଥିବା ଜଣାପଡିଛି l ଗଜପତି  ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଅତିଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି SDPO ଶ୍ରୀ ନାୟକ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.