ମଙ୍ଗଳ ଗ୍ରହରେ ହେଲିକପ୍ଟର ଶବ୍ଦକୁ କରାଗଲା ରେକର୍ଡିଙ୍ଗ, ଥରେ ଦେଖନ୍ତୁ ଏହି ଭାଇରାଲ ଭିଡିଓ

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ତରଫରୁ ଏକ ପୋଷ୍ଟ ସେୟାର କରାଯାଇଛି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟରର ଫଟୋ ସହ ଭିଡିଓ କ୍ଲିପ ରିଲିଜ ହୋଇଛି । ଏହି ନାଲି ଗ୍ରହରେ ତାହାର ଶବ୍ଦକୁ ମଧ୍ୟ ରେକର୍ଡିଙ୍ଗ କରାଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ନାସା ତରଫରୁ ପ୍ରାୟୋଗିକ ହେଲିକପ୍ଟର ୧୯ ଅପ୍ରେଲରେ ମଙ୍ଗଳ ଗ୍ରହକୁ ଉଡାଣ ଭରିଥିଲା । ନାସା ତରଫରୁ ଏହାର ଅଧିକାରିକ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟକୁ ସେୟାର କରାଯାଇଛି । ଦେଖନ୍ତୁ ଏହି ଭିଡିଓ କ୍ଳିପ ।

ଏକ ସପ୍ତାହ ପୂର୍ବରୁ ୪ର୍ଥ ଥର ପାଇଁ ଏହି ବିମାନ ଉଡାଣ ଭରାଯାଇଥିଲା ।ଏହା ପ୍ରତି ମିନିଟରେ ୨୫୦୦ ପରିକ୍ରମଣ  କରୁଥିଲା । ଏହାର ଓଜନ ୧.୮ କିଲୋଗ୍ରାମ ହୋଇଥିବା ବେଳେ ଏହା ପର୍ସିବରେନ୍ସ ରୋବର ମାଇକ୍ରୋଫୋନରୁ ୨୬୦ ଫୁଟ ଦୂରରେ ରହିଥିଲା । ପରେ ବୈଜ୍ଞାନିକ ମାନେ ଏହାର ବ୍ଲେଡର ଶବ୍ଦକୁ ବଢ଼ାଇ ଶୁଣି ଜାଣିପାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.