ହ୍ୱାଟସଆପ: ପ୍ରାଇଭେସି ପଲିସି ମାନି ନଥିବା ୟୁଜର୍ସଙ୍କ ପାଇଁ ଫିଚର୍ସ ସୁବିଧା ନାହିଁ

ହ୍ୱାଟସଆପ ନିଜ ୟୁଜର୍ସଙ୍କ ପାଇଁ ଆଣିଥିବା ନୂଆ ନିୟମ ଅର୍ଥାତ ଏହାର ନୂଆ ପ୍ରାଇଭେସି ପଲିସିକୁ ସ୍ୱିକାର କରିବାର ସମୟ ସୀମାକୁ ସମାପ୍ତ କରିଦେଇଛି । ଯେଉଁ ୟୁଜର୍ସ ଏହି ନିୟମକୁ ମାନିଛନ୍ତି, କେବଳ ସେମାନେ ହିଁ ଏହି ଆପର ବ୍ୟବହାର କରିପାରିବେ । ନଚେତ ଅଲଗା ୟୁଜର୍ସଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ ବା ଡିଲେଟ କରିଦିଆଯିବ ।

0
pc: The Verge

ମିଡିଆ ରିପୋର୍ଟ ଅନୁଯାୟୀ, ହ୍ୱାଟସଆପ ପଲିସିକୁ ଗ୍ରହଣ କରିନଥିବା ୟୁଜର୍ସଙ୍କ ପାଖକୁ ଆପ ଜରିଆରେ କୌଣସି କଲ ଓ ମେସେଜ ଯିବନାହିଁ । ତେଣୁ ଏଥିପାଇଁ ୟୁଜର୍ସଙ୍କୁ ଏହି ନିୟମ ଗ୍ରହଣ କରିବାକୁ ପଡିବ । ନଚେତ ସେମାନଙ୍କ ଆକାଉଣ୍ଟ ଡିଲେଟ ହୋଇଯିବ ।

4
pc: MakeUseof

ଏହାକୁ ଗ୍ରହଣ କରିନଥିବା ୟୁଜର୍ସ ହ୍ୱାଟସଆପର କୌଣସି ସର୍ଭିସ ପାଇପାରିବେ ନାହିଁ । କମ୍ପାନୀ ଏମାନଙ୍କ ନମ୍ବରକୁ ଲିମିଟେଡ ମୋଡରେ ରଖିବେ। ଏହାଦ୍ୱାରା ୟୁଜର୍ସ ନିଜ ଚାଟ ଲିଷ୍ଟକୁୁ ବ୍ୟବହାର କରିପାରିବେ ନାହିଁ । କେବଳ ଅଡିଓ ଓ ଭିଡିଓର ସୁବିଧା ମିଳିବ । ଏହାସହ ସେମାନେ ନୋଟିଫିକେସନ ଜାଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.