ବଲାଙ୍ଗୀର : ପରିବାରରେ ଘଟିଥିବା ୬ ଜଣଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ୯ ଜଣ ଅପରାଧୀ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ମାମଲାରେ ପର୍ଦାଫାସ ହୋଇଛି।ପୋଲିସର ତଦନ୍ତ ଜାରି କରି ବର୍ତ୍ତମାନ ୯ଜଣ ଅପରାଧୀଙ୍କୁ ଜେରା କରିଛି। ପାଟଣାଗଡ଼ ଥାନାରେ ୪ ଅଭିଯୁକ୍ତଙ୍କୁ ଅଟକ ରଖି ଜେରା ଚାଲିଥିବା ବେଳେ ଆଉ ୫ ଜଣଙ୍କୁ ଗତରାତିରେ ନବରଙ୍ଗପୁରରୁ ପୋଲିସ ଉଠାଇ ଆଣିଛି ।

ପୂର୍ବରୁ ୪ ଜଣଙ୍କୁ ଅଟକ ରଖିଥିବାବେଳେ ଏବେ ୯ ଜଣଙ୍କୁ ପାଟଣାଗଡ଼ ପୋଲିସ ଜେରା କରୁଛି। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ବଲାଙ୍ଗୀରର ଏକ ଗୁପ୍ତ ସ୍ଥାନରେ ରଖି ଜେରା କରାଯାଉଛି ।ଅନ୍ୟପକ୍ଷରେ ରାଜ୍ୟ ବାହାରେ ପାଟଣାଗଡ଼ ପୋଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ ଚଳାଇଛି । ମୃତଦେହ ପଡ଼ିଥିବା ଘରେ ଏକ ଗାତ ଖୋଳା ଯାଇଥିବାରୁ କିଛି ଗୁପ୍ତଧନକୁ ନେଇ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଗତ ୧୦ ତାରିଖରେ ପାଟଣାଗଡ଼ ସଅଁରପଡ଼ାର କୁସମପଡ଼ାର ଏକ ଘରୁ ବୁଲୀ ଯାନୀଙ୍କ ସମେତ ପରିବାରର ୬ଜଣଙ୍କ ମୃତଦେହ ମିଳିଥିଲା । ଘର ଭିତରେ ମୃତ ଦେହ ମାନଙ୍କ ଉପରେ କମ୍ବଳ ଘୋଡା ଯାଇଥିବାର ଦେଖିବାକୁ ମିଳିଥିଲା। ଗାଁ ଲୋକଙ୍କ ଖବର ପାଇ ଘଟଳାସ୍ଥଳରେ ପୋଲିସ ଅଧିକାରୀ ସହ ସାଇଣ୍ଟିଫିକ ଟିିମ୍‌ ପହଞ୍ଚି ତଦନ୍ତ ଜାରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.