ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଖୁସି ଖବର! ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଚେନ୍ନାଇକୁ ବିମାନ ସେବା

ଝାରସୁଗୁଡ଼ା: ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଚେନ୍ନାଇକୁ ବିମାନ ସେବା । ଗତ ଜାନୁଆରୀ ୧୨ ତାରିଖରୁ ଝାରସୁଗୁଡ଼ା ଭି.ଏସ.ଏସ. ବିମାନ ବନ୍ଦରରୁ ବେଙ୍ଗାଲୁରୁ ଓ ମୁମ୍ବାଇକୁ ଉଡିଥିଲା ବିମାନ । ଦୁଇ ମାସ ସଫଳତାର ବ୍ୟବସାୟ ଓ ଯାତ୍ରୀଙ୍କ ସଂଖ୍ୟା ଦେଖି, ମାର୍ଚ୍ଚ୨୮ରୁ ଚେନ୍ନାଇକୁ ବିମାନ ସେବା ମିଳିବ । ସ୍ପାଇସ ଜେଟ୍‌ ଯୋଗାଇବ ଏହି ବିମାନ ସେବା । ସାପ୍ତାହିକ ସାତ ଦିନ ସ୍ପାଇସ ଜେଟ ବିମାନ ଆରମ୍ଭ କରିବ ।

ଏଥିପାଇଁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହୋଇଛି l ସ୍ପାଇଟ ଜେଟ ବିମାନ ଅପରାହ୍ନ ଗୋଟାଏ ୧୦ରେ ଚେନ୍ନlଇରୁ ବାହାରି ଅପରାହ୍ନ ତିନିଟାରେ ଝାରସୁଗୁଡାରେ ପହଂଚିବ l ସେହିପରି ଅପରାହ୍ନ ୩ଟା ୩୦ରେ ଝାରସୁଗୁଡାରୁ ବାହାରି ୫ଟାରେ ଚେନ୍ନlଇରେ ପହଂଚିବ ବିମାନ l ଆଗକୁ ଇଣ୍ଡିଗୋ ଏୟାରଲାଇନ୍ସ ଝାରସୁଗୁଡାରୁ ବିମାନ ସେବା ଯୋଗାଇବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.