୧୦ମ୍ ପାସଙ୍କ ପାଇଁ ଭାରତୀୟ ଡାକ ବିଭାଗରେ ଖାଲିପଡିଛି ୨୫୫୮ ପଦବୀ, ବିନା ପରୀକ୍ଷା ଦେଇ କରନ୍ତୁ ଚାକିରି

ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ଛତିଶଗଡ ପୋଷ୍ଟଲ ସର୍କଲରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଛତିଶଗଡ ପୋଷ୍ଟାଲ ସର୍କଲ ଭର୍ତ୍ତି ଏବଂ କେରଳ ପୋଷ୍ଟଲ ସର୍କଲ ଭର୍ତ୍ତିକୁ ଯାଇ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟକୁ appost.in କୁ ଯାଇ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଇଣ୍ଡିଆନ୍ ପୋଷ୍ଟାଲରେ ୨୫୫୮ ପଦରେ ନିଯୁକ୍ତି ପାଇଁ ନୋଟିଫିକେସନ୍ ବାହାରିଛି। ଯେଉଁଥିରେ ୧୪୨୧ କେରଳ ପୋଷ୍ଟାଲ ବିଭାଗ ଏବଂ ୧୧୩୭ ଛତିଶଗଡ ପୋଷ୍ଟାଲ ବିଭାଗ ପାଇଁ ନିଯୁକ୍ତି ହେବ। ମାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ରହିଛି ୭ ଏପ୍ରିଲ ୨୦୨୧ ରହିଛି। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ପଦବୀ ବିବରଣୀ: ୪୨୬୯

କେରଳ ପୋଷ୍ଟାଲ ସର୍କଲ : ୧୪୨୧
ଛତିଶଗଡ ପୋଷ୍ଟାଲ ସର୍କଲ: ୧୧୩୭

ଶିକ୍ଷାଗତ ଯୋଗ୍ଯତା: ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥାରୁ ବୋର୍ଡ ପରୀକ୍ଷା ବା ୧୦ମ ପାସ୍ କରିବା ଆବଶ୍ଯକ। ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ମଧ୍ୟଆସୁଥିବା ଜରୁରୀ।

India Post

ବୟସ ସୀମା: ଗ୍ରାମୀଣ ଡାକ ସେବକ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ଯକ।
ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଥିବା ବେଳେ ଏସସି/ଏସଟି ବର୍ଗ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ଚୟନ ପ୍ରକ୍ରିୟା: ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ମେରିଟ ଲିଷ୍ଟ ଆଧାରରେ ଚୟନ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://indiapostgdsonline.in/gdsonlinec3p6/reference.aspx

https://appost.in/gdsonline/Home.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.